ଭଦ୍ରକ: ଆଜି ଭଦ୍ରକ ଜିଳା ପ୍ରକଳ୍ପ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଲାର କ୍ରୀଡା ଶିକ୍ଷକର ଶେଷ ପର୍ଯ୍ୟାୟର ନିଯୁକ୍ତିରେ ବିଳମ୍ବକୁ ବିରୋଧ କରି ଓ ତୁରନ୍ତ ନିଯୁକ୍ତି ଦାବିରେ କ୍ରୀଡା ଟ୍ରେନିଂ ପ୍ରାପ୍ତ ଛାତ୍ରଛାତ୍ରୀମାନେ ଆମରଣ ଅନଶନ କରିଥିଲେ । କ୍ରୀଡା ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ ୨୦୧୫ ମସିହାରେ ବାହାରିଥିବା ପୋଷ୍ଟିଂ ୨୦୨୦ ରେ ନ୍ୟାସ୍ନାଲକୁ ଦିଆଯିବାବେଳେ ସେମାନଙ୍କୁ ଦିଆଯାଇନଥିଲା । ପରେ ଅଭିଯୋଗ ମୂଳେ ଭଦ୍ରକରେ ଥିବା ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଫଳରେ ଉକ୍ତ ଘଟଣାର ପ୍ରତିବାଦ କରି ଆଜି ଛାତ୍ରଛାତ୍ରୀମାନେ ଜିଲା ପ୍ରକଳ୍ପ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।
ତେବେ ଭଦ୍ରକ ଜିଲା ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ôଚ ସେମାନଙ୍କର ଭେରିଫିକେଶନ ସାର୍ଟିଫିକେଟ୍ ଭେରିଫାଏ ହୋଇନାହିଁ । ଯାହାଦ୍ୱାରା ସେମାନଙ୍କୁ ନିଯୁକ୍ତି ଦିଆଯାଇପାରୁନାହିଁ । ଏବଂ ଏ ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏବଂ ଆମ୍ଭେ ଆଶା କରୁଛୁ ସେଗୁଡିକ ୧୫ ଦିନ ମଧ୍ୟରେ ଭେରିଫାଏ ହୋଇଗଲେ, ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଇପାରିବ ବୋଲି କହିବା ପରେ ଏହି ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି ।
କ୍ରୀଡାଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ

Comment