କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌରାଞ୍ଚଳ ସ୍ଥିତ international Institute of Hospitality and management ତରଫରୁ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରେ ବିଜୁ ପଟନାୟକ ମିନି ମାରାଥନ ଅନୁଷ୍ଠିତ କରାଯାଇଥିଲା। ଏହାର ପୁରସ୍କାର ବିତରଣ ଉତ୍ସବ ଗତକାଲି କେନ୍ଦ୍ରାପଡ଼ା ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଳିଆ ଠାରେ ଅନୁଷ୍ଠିତ କରାଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ପୌର ପରିଷଦର ନବ ନିର୍ବାଚିତ ପୌରଅଦୟା ସରିତା ସାହୁ, ସାନମାନିୟ ଅତିଥି ଭାବେ 13 ନମ୍ବର କାଉନସିଲର ସେକ ଆସଲାମ, 12 ନମ୍ବର କାଉନସିଲର ରିହାନା ଖାତୁନ, iihm ପ୍ରତିଷ୍ଠାତା ମହମ୍ମଦ ଆମିର ଓ iihm ର ସମ୍ପାଦକ ସେକ ଲିୟାକତ ଅଲି ଆଦି ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ମୁଖ୍ୟଆତିଥି ନିଜ ଅଭିଭାଷଣରେ ଷ୍ଟାଡିୟମ ଓ କ୍ରୀଡ଼ାବିତ ମାନଙ୍କର ଉନ୍ନତି ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟର ସଉକତ ଖାନ ସ୍ପୋର୍ଟ୍ସ ସ୍କୁଲ୍ ତଥା ୟୁଥ ସ୍ପୋର୍ଟ୍ସ ଅକାଦେମୀର ପ୍ରତିଷ୍ଠାତା ସଉକତ ଖାନ, ବଦ୍ରିନରାୟଣ ପାତ୍ର, ଆବୁ ଜାଲାଲ, ଲୁଗୁନ, ଖାଜା ରମଜାନି, ସୁହାନା ପରବିନ ଆଦି ଉପସ୍ଥିତ ରହି କାର୍ଯକ୍ରମକୁ ତ୍ବରାନ୍ବିତ କରିଥିଲେ।
ଆଇଆଇଏଚ୍ଏମ୍ ତରଫରୁ ପୁରସ୍କାର ବିତରଣ ଉତ୍ସବ – Fast News Network

Comment