ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ମୋବାରକପୁର ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ ରତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆଗାମୀ ମ୍ୟାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିବାକୁ ସରପଞ୍ଚ ଉତ୍ସାହିତ କରିଛନ୍ତି । ଆଜି ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସରପଞ୍ଚଙ୍କ ପ୍ରତିନିଧି ନିଳାମ୍ବର ରାଉତ ବିଦ୍ୟାଳୟର ଆଗାମୀ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିଲେ । ଶିର୍ଷସ୍ତରୀୟ ସଫଳତା ଅର୍ଜ୍ଜନ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟ ଭିତ୍ତିକ ପ୍ରେତ୍ସାହନ ରାଶି ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯିବ ବୋଲି ଶ୍ରୀ ରାଉତ ମଧ୍ୟ ଘୋଷଣା କରିଥିଲେ । ପରୀକ୍ଷା ସୁବିଧା ଯୋଗାଇବା ସହ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାରର ଶିକ୍ଷା ଓ ଶିକ୍ଷା ଉପକରଣ ସହାୟତା ପରୀକ୍ଷା ପୂର୍ବରୁ ଯୋଗାଇବାକୁ ସେ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷା ସଂଯୋଜକ କାର୍ତ୍ତିକ ସ୍ୱାଇଁ, ନରେନ୍ଦ୍ର କୁମାର ଜେନା, ଲିନା ପ୍ରିୟଦର୍ଶନୀ ନାୟକ, ମମିତାରାଣୀ ନାୟକ, ପୂର୍ଣ୍ଣମୀ ମହାନ୍ତ, ତୁଳସୀ ମଞ୍ଜରୀ ଖୁଣ୍ଟିଆ, ରଞ୍ଜିତା ଦଳେଇ, ମନ୍ଦାକିନୀ ସେଠୀ, ଗାଲୁ ସିଂ, ଶାନ୍ତି ପାଲ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ, ପୂର୍ବତନ ସମିତି ସଭ୍ୟ କଳାକାର ଜେନା, ସମାଜସେବୀ ମନମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଆଗାମୀ ମ୍ୟାଟ୍ରିକ ପରୀକ୍ଷା ସଫଳତା ପାଇଁ ପ୍ରେତ୍ସାହନ ରାଶି ଘୋଷଣା କଲେ ସରପଞ୍ଚ

You Might Also Like
- Advertisement -
Comment