ମନୋରଂଜନ ଘଡ଼େଇ ହେଲେ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ – Fast News Network

Odisha Hot News
1 Min Read

ଭଦ୍ରକ: ପଂଚାୟତ ନିର୍ବାଚନ ଶେଷ ହେବାପରେ ସମିତି ଅଧ୍ୟକ୍ଷ ପଦକୁ ନେଇ ବିଭିନ୍ନ ଗଣମାଧ୍ୟମ ଆକଳନ ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ମନୋରଜଂନ ଘଡ଼େଇ ଅଧ୍ୟକ୍ଷ ଦୈାଡ଼ରେ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଶେଷରେ ତାର ଆକଳନ ସତ୍ୟ ହୋଇଛି ଏବଂ ଆଜି ପ୍ରକାଶିତ ଫଳାଫଳରେ ଆଗରପଡ଼ା ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଗୋପିନାଥପୁର ପଂଚାୟତରୁ ନିର୍ବାଚିତ ସମିତି ସଭ୍ୟ ମନୋରଂଜନ ଘଡ଼େଇ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବ୍ଲକ ର ୨୫ଟି ପଂଚାୟତରୁ ୨୦ ପଂଚାୟତ ସମିତି ସଭ୍ୟ ମନୋରଂଜନଙ୍କୁ ଭୋଟ ଦେଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦି ପ୍ରେମାନନ୍ଦ ନାୟକଙ୍କୁ ୫ଖଣ୍ଡ ଭୋଟ ମିଳିଥିବାର ଜଣାପଡ଼ିଛି । ପୁଣି ଏଥର ବିଜେଡ଼ି ପଂଚାୟତ ସମିତିକୁ ଅକ୍ତିଆର କରିଛି । ମନୋରଂଜନ ବିଜେଡ଼ି ସମର୍ଥନରେ ସମିତି ସଭ୍ୟ ଭାବେ ସମଗ୍ର ବ୍ଲକରେ ସର୍ବାଧିକ ୨୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ ।
ପୂର୍ବ ପଂଚାୟତ ନିର୍ବାଚନରେ ମଧ୍ୟ ସେ ସ୍ୱାଧିନ ଭାବେ ସମିତି ସଭ୍ୟ ପଦ ହାତେଇଥିଲେ । ୨୦୧୭ ନିର୍ବାଚନରେ ମଧ୍ୟ ଆଗରପଡ଼ା ଜୋନ ମହାନ୍ତିପଡ଼ା ପଂଚାୟତରୁ ବିଜେଡ଼ି ସମର୍ଥନରେ ଦେବେନ୍ଦ୍ର ଜେନା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ଲଗାତାର ଭାବେ ଏହି ଜୋନରୁ ନିର୍ବାଚିତ ହୋଇଥିବା ସମିତି ସଭ୍ୟଙ୍କୁ ଏହି ପଦବୀ ମିଳିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥର ନିର୍ବାଚନକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସୁପୁତ୍ର ତଥା ବିଜେଡ଼ି ସଂପାଦକ ପ୍ରୟାସକାନ୍ତି ସାମଲ(ଲୁଲୁ) ପରିଚାଳନା କରୁଥିଲେ । ଲୁଲୁଙ୍କୁ ବିଜେଡ଼ିର ବହୁ ନେତା ଓ କର୍ମୀ କୃତଜ୍ଞତା ଜ୍ଞାପନ କରିବା ସହିତ ନୂତନ ଅଧ୍ୟକ୍ଷ ମନୋରଂଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share This Article