ଭୁବନେଶ୍ୱର : ବଦଳିଗଲା ବିଜେପିର ଆହ୍ୱାନ । ଏଥର କଂଗ୍ରେସ ମୁକ୍ତ ଭାରତ ଗଠନ କରିବା ପରିବତ୍ତର୍ତ୍ତେ ବିଜେପି ମୁକ୍ତ ଭାରତ ଗଠନ କରିବ, କହିଲେ ନିରଞ୍ଜନ । ତେବେ ଆଜି ୫ ଟି ରାଜ୍ୟରେ ନିର୍ବାଚନର ଭୋଟ ଗଣତି ଚାଲିଥିବେଳେ ଛତିଶଗଡରେ କଂଗ୍ରେସର ବାଜିମାତକୁ ଦେଖି ନିଜର ପ୍ରତିକ୍ରିୟା ରଖିଲେ ଓଡିଶାର କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ନିରଞ୍ଜନ କହିଛନ୍ତି, ବିଜେପି ବହୁ ଅର୍ଥ ଖର୍ଚ୍ଚକରି ମଧ୍ୟ କଂଗ୍ରେସ ମୁକ୍ତ ଭାରତ ଗଠନ କରିପାରିଲା ନାହିଁ । ମୁଁ ୫ଟି ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଉଛି । କାରଣ ସେମାନେ ଗତ ୪ ବର୍ଷର ଶାସନ( କେନ୍ଦ୍ର ସରକାରଙ୍କ ଶାସନ )କୁ ଭଲ ଭାବେ ଅନୁଭବ କରିଛନ୍ତି । ଏହାମଧ୍ୟ ସେ କହିଛନ୍ତି, ବିଶେଷଭାବେ ଖୁସି ଲାଗୁଛି ଯେ ଛତିଶଗଡରେ କଂଗ୍ରେସ ଜିତିଛି । ଛତିଶଗଡ଼ରେ ଯେଭଳି ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଓଡ଼ିଶାରେ ବି ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଆଶା। ତାହା ସହିତ ନିରଞ୍ଜନ କହିଛନ୍ତି.ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିଲା ପରେ ଆମେ ମହାନଦୀ ପ୍ରସଙ୍ଗରେ ସେଠାକାର ସରକାରଙ୍କ ସହ ଆଲୋଚନା କରିବୁ । ଅନ୍ୟପଟେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବାବେଳେ ଟ୍ରେଣ୍ଡିଂକୁ ଦେଖିଲେ ଲାଗୁଛି ଛତିଶଗଡ଼ରେ କଂଗ୍ରେସ ଦଖଲ କରିବ ନିଜର ଜାଗା । ତେବେ ୯୦ ଆସନ ବିଶିଷ୍ଟ ଛତିଶଗଡରେ ଦଳ ଶେଷ ଖବର ସୁଦ୍ଧା ୬୩ଟି ଆସନରେ ରହିଥିବାବେଳେ ବିଜେପି ମାତ୍ର ୨୧ଟି ଆସନରେ ଆଗୁଆ ରହିଥିବା ଜଣାଯାଉଛି । ଅନ୍ୟପକ୍ଷରେ ବିଜେପି କରୁଥିବା ୧୫ ବର୍ଷର ଶାସନକୁ ଦୋହ୍ଲାଲାଇ ଦେଲା କଂଗ୍ରେସ । ଆଉ ଛତି ଶଗଡରେ କଂଗ୍ରେସ ନିଜର ଶାସନ ଚଳାଇବା ପାଇଁ ଜୋରକରିବ ପ୍ରସ୍ରତି । ସେହିପରି ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟ କଡ଼ା ଟକ୍କର ଚାଲିଛି।
ବଦଳିଗଲା ସ୍ୱର, ଏଥର କଂଗ୍ରେସ ମୁକ୍ତ ଭାରତ ନୁହେଁ , ବିଜେପି ମୁକ୍ତ ଭାରତ ହେବ : ନିରଞ୍ଜନ

Leave a comment
Leave a comment