ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ୧୫ ଟି ପଞ୍ଚାୟରୁ ବିଜେଡି ଦଳ ସମର୍ଥନରେ ନିର୍ବାଚିତ ହୋଇଥିବା ସମିତି ସଭ୍ୟ/ସଭ୍ୟାମାନଙ୍କୁ ଦଳୀୟ କାର୍ଯ୍ୟାଳୟରେ ଆଜି ସ୍ୱାଗତ କରାଯାଇଛି । ସ୍ଥାନୀୟ ବିଧାୟକ ପ୍ରତିନିଧି ତଥା ଦଳର ରାଜ୍ୟ ସମ୍ପାଦକ ପ୍ରୟାସକାନ୍ତି ସାମଲ ସାନଶାସନରୁ ସନ୍ତୋଷ ମହାପାତ୍ର, ଝୁଟୁଣାରୁ ଦିପୁରଞ୍ଜନ ରାଉତ, ନେରଡା ରାଜେଶ କୁମାର ଜେନା, ତେସିଙ୍ଗାରୁ ଜ୍ୟୋତିସ୍ମୀତା ସାହୁ, ରାମଚନ୍ଦ୍ରପୁରରୁ ବୈଜୟନ୍ତି ମୁଣ୍ଡା, ବୟାବନାପୁର ପ୍ରଣିତକାନ୍ତି ସାମଲ, ଦକ୍ଷିଣବାଡରୁ ବିଷ୍ଣୁଚରଣ ଦାସ, ନିର୍ଗୁଣ୍ଡିରୁ ରଜଣିତ ଜେନା, ଜଳମଣ୍ଡୁଆରୁ ଜଗତଜୀବନ ବାରିକ, ବିଷ୍ଣୁପୁରରୁ ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ସରସଦାରୁ କମଳା ଯେନା, ମାଳଦାରୁ ରିତାଞ୍ଜଳୀ ସାମଲ, ରଣଜିତରୁ ସୁମତୀ ସେଠୀ, କୁରିଗାଁରୁ ଅନିତା ବଳ ଓ ବାଲିପୋଖରୀରୁ ପ୍ରଭାସିନୀ ପଣ୍ଡା ଆଦି ପଞ୍ଚାୟତର ସମିତି ସଭ୍ୟ/ସଭ୍ୟାମାନଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଆଗାମୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନ ପାଇଁ ମଧ୍ୟ ଏହି ବୈଠକ ମୂଳଦୁଆ ପକାଇଛି ।
ନବନିର୍ବାଚିତ ୧୫ ସମିତି ସଭ୍ୟଙ୍କୁ ବିଜେଡି କାର୍ଯ୍ୟାଳୟରେ ସ୍ୱାଗତ

You Might Also Like
- Advertisement -
Comment