ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

Odisha Hot News
1 Min Read

କଟକ: ଗତ ୨୧ ତାରିଖ ଦିନ ନୂଆବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ତଥା ଜୟ ଭାରତ ସ୍ପାଇସେସ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ନନ୍ଦିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଶିଶୁ ମାନଙ୍କୁ ଜୀବନରେ ମାତୃଭାଷାର ଗୁରୁତ୍ବ ବିଷୟରେ ବୁଝାଇଥିଲେ।
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀମାନଙ୍କ ଦ୍ଵାରା କବିତା ଆବୃତ୍ତି, ଢଗ ଢମାଳି, ଉପକରଣ ପ୍ରଦର୍ଶନୀ, କବି ଓ ଲେଖକ ଙ୍କ ଜୀବନୀ ପାଠ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ଶେଷରେ କାର୍ଯ୍ୟକ୍ରମର ସଂଜୋଜିକା ଶ୍ରୀମତୀ ମାନସୀ ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article