ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ – Fast News Network

Odisha Hot News
1 Min Read

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ହୋଇଛି ୭୮ ଦଶମିକ ୬ ପ୍ରତିଶତ ମତଦାନ । ସବୁର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ଭୋଟି ହୋଇଛି । ସେହିପରି ଅନୁଗୁଳରେ ୮୪.୨୪, ବାଲେଶ୍ୱରରେ ୭୪.୭୨, ବଲାଙ୍ଗିରରେ ୭୧.୮୩, ବରଗଡ଼ରେ ୮୨.୬୩ ପ୍ରତିଶତ ଭୋଟିଂ ହୋଇଛି । ଭଦ୍ରକରେ ୭୭, ବୌଦ୍ଧରେ ୮୧.୩୧, କଟକରେ ୭୯.୨୬, ଦେବଗଡ଼ରେ ୭୯.୮, ଢେଙ୍କାନାଳରେ ୮୦.୩୯, ଗଜପତିରେ ୮୨.୭୨, ଗଞ୍ଜାମରେ ୬୬.୭୫, ଜଗତସିଂହପୁରରେ ୭୬ ପ୍ରତିଶତ ମତଦାନ ହୋଇଛି ।
ସେହିପରି ଯାଜପୁରରେ ୭୧, କଳାହାଣ୍ଡିରେ ୭୭.୫୯, କନ୍ଧମାଳରେ ୮୧.୩୫, କେନ୍ଦ୍ରାପଡ଼ାରେ ୭୨.୨୫, କେନ୍ଦୁଝରରେ ୭୭.୮୯, ଖୋର୍ଦ୍ଧାରେ ୭୬.୪୯, କୋରାପୁଟରେ ୮୪.୭୮, ମାଲକାନଗିରିରେ ୭୬.୬୩, ମୟୂରଭଞ୍ଜରେ ୭୮.୫୩, ନବରଙ୍ଗପୁରରେ ୮୬.୩୩, ନୟାଗଡ଼ରେ ୭୮.୨, ନୂଆପଡ଼ାରେ ୭୮.୨୪, ପୁରୀରେ ୮୦.୧୨, ରାୟାଗଡ଼ାରେ ୭୯.୪୪, ସମ୍ବଲପୁରରେ ୮୧.୦୯, ସୁନ୍ଦରଗଡ଼ରେ ୭୫.୪୫ ପ୍ରତିଶତ ମତଦାନ ହୋଇଛି ।
ତେବେ ଆସନ୍ତାକାଲି ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଗତକାଲି ଶେଷଦିନରେ ଶେଷ ଉଦ୍ୟମ କରି ସନ୍ଧ୍ୟାରେ ପ୍ରଚାର ଶେଷ କରିଛନ୍ତି ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ୨୮ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ । ସେହିପରି ୧୨ଶହ ୫୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୧୭ ହଜାର ୮୯ଟି ଓ୍ୱାର୍ଡ ପାଇଁ ହେବ ମତଦାନ । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ପ୍ରତି ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି । ପ୍ରତି ବୁଥ୍ ଉପରେ ନଜର ରଖାଯାଇଛି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

Share This Article