କଣ୍ଟ୍ରୋଲ ସାମଗ୍ରୀ ବଂଟନକୁ ନେଇ ଧାମରା-ଭଦ୍ରକ ରାସ୍ତାକୁ କରଣପଲ୍ଲୀ ଠାରେ ରାସ୍ତାରୋକ

Odisha Hot News
1 Min Read

ଭଦ୍ରକ: ଏହି ଜିଲାର ଧାମରା ନିକଟବର୍ତ୍ତୀ କରଣପଲ୍ଲୀ ପଂଚାୟତରେ କଂଟ୍ରୋଲ ସାମଗ୍ରୀ ବଂଟନକୁ ନେଇ ସାଧାରଣ ଜନତା ଧାମରା-ଭଦ୍ରକ ରାସ୍ତା ଅବରୋଧ କରିଥିଲେ । ଏହି ଅବରୋଧ ୧ଘଂଟା ଧରି ଚାଲିଥିବା ବେଳେ କରଞ୍ଜମାଳ ଏଏସଆଈ ଙ୍କ ହସ୍ତକ୍ଷେପ ଫଳରେ ଏହି ରାସ୍ତାରୋକ ଉଠିଥିଲା । ଘଟଣାରୁ ପ୍ରକାଶ କରଣପଲ୍ଲୀ ପଂଚାୟତରେ ପଂଚାୟତ ନିର୍ବାଚନ ପୂର୍ବରୁ କଂଟ୍ରୋଲ ସାମଗ୍ରୀ ଆସି ମହଜୁଦ ଥିଲା । ଗତକାଲି ପଂଚାୟତ ନିର୍ବାଚନ ସରିଥିବା ବେଳେ ଆଜି ସକାଳ ସମୟରେ ଏହି ବଂଟନ ବ୍ୟବସ୍ଥାରେ ଥିବା ସଞ୍ଜୟ ମଣ୍ଡଳକୁ କାହିଁକି ଆସିଥିବା ସାମଗ୍ରୀ ବଂଟନ କୁ ଡେରି କରୁଛ ବୋଲି ପଚାରିବା ସହ ଗାଳି ଦେଇ ମାଡ ମାରିଥିଲେ । ଏହି କଥାକୁ ନେଇ ସଂପୃକ୍ତ ଡିଲର ଏବଂ ତାଙ୍କ ଦଳର ଲୋକେ ଏହି ମାଡ ପ୍ରତିବାଦରେ ଧାମରା-ଭଦ୍ରକ ରାସ୍ତାକୁ ଦୀର୍ଘ ୧ଘଂଟା ଧରି ବନ୍ଦ କରି ରଖିଥିଲେ । ପରେ କରଞ୍ଜମାଳ ଫାଣ୍ଡି ଏ ଏସ ଆଇ ଯାଇ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ସହ ଆଜି କଂଟ୍ରୋଲ ସାମଗ୍ରୀ ବଂଟନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କହିଥିଲେ ଏବଂ ସମସ୍ତ ଜନତାଙ୍କୁ ବୁଝାଇ ସୁଝାଇ ଏହି ରାସ୍ତାରୋକ ହଟାଇଥିଲେ । ସକାଳ ୧୦-୧୧ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ଥିଲା ।

Share This Article