ଷୋଳମପୁରରେ ନିର୍ବାଚନୀ ହିଂସା, ୫ ଆହତ – Fast News Network

Odisha Hot News
1 Min Read

ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ଗ୍ରାମରେ ସଂଘଟିତ ନିର୍ବାଚନ ହିଂସାରେ ୪ଜଣ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ବହୁ ବାଇକ ସମେତ ଦୋକାନ ଓ କ୍ଲବ ଘର ଭାଙ୍ଗି ଦିଆଯାଇଛି । ଗ୍ରାମର ୧ ନଂ ୱାର୍ଡ ସଦସ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଅଜୟ ରାଉତଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଅଜୟ ଆହତ ହୋଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅପରପକ୍ଷର ବହୁ ସମର୍ଥକ ପ୍ରତିଆକ୍ରମଣ କରିଥିଲେ । ଏଥିରେ ଗ୍ରାମର ସନ୍ତୋଷ ନାୟକ, ମନୋରଞ୍ଜନ ରାଉତ, କାହ୍ନୁଚରଣ ନାୟକ, ମଦନ ଘଡେଇ ଆହତ ହୋଇଥିଲେ ।
ଆହତମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କଟକ ରେଫର କରାଯାଇଥିବା ଜଣାଯାଇଛି । ଏହି ଆକ୍ରମଣରେ ୬ଟି ବାଇକ, ଗୋଟିଏ ଦୋକାନଘର ଓ କମ୍ପ୍ୟୁଟର ସାମଗ୍ରୀ ସହ ଗୋଟିଏ କ୍ଳବଘର ଭାଙ୍ଗିଯାଇଛି । ଏହି ଘଟଣାରେ ପୁଲିସ ଜଣକୁ ଥାନାରେ ଅଟକ ରଖିଛି । ଏଥିନେଇ ଥାନାରେ ଏକାଧିକ ଅଭିଯୋଗ ହୋଇଛି । ମାତ୍ର ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମାମଲା ଋଜୁ ହୋଇନଥିବା ଜଣାଯାଇଛି । ଆଜି ଦିନ ତମାମ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ରାତ୍ରରେ ପାଟ୍ରୋଲିଂ ପୁଲିସ ଗ୍ରାମକୁ ଜଗି ରହିଥିବା ବେଳେ ଅପରାହ୍ନରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଛି । ଆଗାମୀ କାଲି ଭୋଟ ଗ୍ରହଣ ହେବାକୁ ଥିବାରୁ ପରିସ୍ଥିତି ଉପରେ ପୁଲିସ ନଜର ରଖିଛି ।

Share This Article