ଭଦ୍ରକ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଉମାତ୍ର ୧୦ଦିନ ବାକିରହିଥିବାବେଳେ ବିଭିନ୍ନ ରାଜନୈତିକଦଳମାନଙ୍କ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ଓ କର୍ମୀ ବୈଠକ ଚାଲିଛି । ଏହି ଅବସରରେ ଧାମନଗର ବିଜୁଜନତା ଦଳପକ୍ଷରୁ ଦୋବଲ ଜୋନ୍ର କରଦା ପଂଚାୟତ ସ୍ଥିତ ସୁଜାଣସିଂପୁର ପଡ଼ିଆରେ ଏକ କର୍ମୀବୈଠକ ଓ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ ଓ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭନ୍ନ ବିକାଶ ମୂଳକ କାର୍ଯ୍ୟ, ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା, ଗାଁକୁ କାମ ଓ ମା’କୁ ସମ୍ମାନ ଏବଂ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମୀମାନଙ୍କୁ ଅବଗତ କରାଇବା ସହିତ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ରାଜ୍ୟସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ଆନନ୍ଦଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ପ୍ରାର୍ଥିନୀ ଉର୍ମିଳା ବିଶ୍ୱାଳ, ସରପଂଚ ପ୍ରାର୍ଥିନୀ ମମତା ଆଚାର୍ଯ୍ୟ, ସମିତିସଭ୍ୟା ପ୍ରାର୍ଥିନୀ ସରସ୍ୱତୀ ସାହୁ, ମହିଳାସଭାନେତ୍ରୀ ତନୁଶ୍ରୀ ପୁହାଳ, ଧାମନଗର ନଗର ମହିଳା ସଭାନେତ୍ରୀ ନିବେଦିତା ଜେନା, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ ପ୍ରମୁଖ ଯୋଗଦେଇ ଧାମନଗରର ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟଦେଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ । ପ୍ରାରମ୍ଭରେ ପୂର୍ବତନ ସମିତିସଭ୍ୟ କୂଳମଣୀ ବେହେରା ପ୍ରାରମ୍ଭିକ ସୂଚନା ଓ ଅତିଥିପରିଚୟ ପ୍ରଦାନ କରିଥିଲେ ।
ରାଜ୍ୟ ସରକାରଙ୍କର ବିକାଶମୂଳକ କାର୍ଯ୍ୟକୁ ଗାଁରେ ପହଂଚାଇବା ପାଇଁ କର୍ମୀଙ୍କୁ ଆହ୍ୱାନ

Comment