୩ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ଆଜି

Odisha Hot News
1 Min Read

ଭଦ୍ରକ: ଚର୍ଚ୍ଚିତ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବନ୍ତ ବ୍ଲକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଉକ୍ତ ବ୍ଲକର ୩ଟି ଜିଲ୍ଲା ପରିଷଦ ଓ ୨୫ଗୋଟି ପଂଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟ ଆଜି୧୬ ତାରିଖରେ ମତଦାନ ହେଉଛି । ତିନୋଟି ଜୋନରୁ ୯ଟି ପଂଚାୟତ ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଅଣିଜୋ,ଆଡ଼ିଆ, ଗୋପିନାଥପୁର,ରାମଚନ୍ଦ୍ରପୁର,ଚାରିଗାଁ ,ମହାନ୍ତିପଡ଼ା ଓ ବିଟିପୁର ପଂଚାୟତକୁ ନେଇ ୧୪ନଂ ଜୋନ ଗଠିତ । ୮ଟି ପଂଚାୟତ ଗଣିଜାଙ୍ଗ,ବନ୍ତ,ଟିଲୋ,ଓଡ଼ଙ୍ଗ, ଛୟାଳିସିଂ,ବସନ୍ତିଆ ,ବଡ଼ବର୍ଚ୍ଚିକୟାଁ ଓ କାଦବରାଙ୍ଗକୁ ନେଇ ୧୫ନଂ ଜୋନ ଗଠିତ ହୋଇଥିବା ବେଳେ ୮ଟି ପଂଚାୟତ ଗୋବିନ୍ଦପୁର,ରାମକୃଷ୍ଣପୁର,କେନ୍ଦୁଆପଦା,ରାମପୁର,ପଧାନପଡ଼ା, ଷେଣ୍ଢତିରା. ତୋଡ଼ଗାଁ ଓ ନିଳୋକକୁ ନେଇ ୧୬ନଂ ଜୋନ ଗଠିତ । ଉକ୍ତ ୩ ଟି ଜୋନରେ ଆଜି ମତଦାନ ହେବ ।
ଗତ ନିର୍ବାଚନରେ ୩ଟି ଯାକ ଜିଲ୍ଲା ପରିଷଦ ଜୋନ୍ ବିଜେଡ଼ି ଅକ୍ତିଆର କରିଥିବା ବେଳେ ବିଜେଡ଼ି, କଂଗ୍ରେସ ଓ ବିଜେପି ସମର୍ଥୀତ ପ୍ରାର୍ଥୀମାନେ ବିଭିନ୍ନ ପଂଚାୟତ ଦଖଲ କରିଥିଲେ । ଏଥି ସହିତ ବନ୍ତ ପଂଚାୟତ ସମିତି ମଧ୍ୟ ବିଜେଡ଼ି ଦଖଲ କରିଥିଲା । ଏଥର ପଂଚାୟତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସୁପୁତ୍ର ତଥା ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ (ଲୁଲୁ),ବିଜେପି ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀଙ୍କ ସୁପୁତ୍ର ତଥା ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ,କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ସଭାପତି ରାଜୁ ସ୍ୱାଇଁ ପ୍ରମୁଖ ଦଳୀୟ ମଙ୍ଗୁଆଳ ସାଜି ନିର୍ବାଚନ ପରିଚାଳନା କରୁଥିଲେ । ବିଜେଡ଼ି ଓ କଂଗ୍ରେସ ସମେତ ପ୍ରଥମ ଥର ପାଇଁ ବିଜେପି ସବୁ ପଂଚାୟତରେ ପ୍ରାର୍ଥୀ ଠିଆ କରାଇଛି ।

Share This Article