ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବୟାବନାପୁର ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ କନିଷ୍ଠ ପୁତ୍ର ପ୍ରଣିତ୍କାନ୍ତି ଓ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ରୋଚକ ସ୍ଥିତିରେ ପହଞ୍ôଚଛିି । ଉଭୟ ପ୍ରାର୍ଥୀ ଅଭିଜ୍ଞତା ସମ୍ପନ୍ନ । ପ୍ରଣିତ୍ ବାଲ୍ୟଶିକ୍ଷା ଭଣ୍ଡାରିପୋଖରୀ ହାଇସ୍କୁଲରୁ ଗ୍ରହଣ କରିଥିଲେ । ୨୦୧୨ ମସିହାରେ ପ୍ରଣିତ୍ ନପଙ୍ଗ ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରି ଶେଷ ମୂହୂର୍ତ୍ତରେ ସଫଳତା ହାସଲ ଥିଲେ । ପଞ୍ଚାୟତର ୧ନଂ ବୁଥର ଭୋଟବାକ୍ସ ଲୁଟ ହେବା ଓ ପୁନଃ ଭୋଟଦାନ ହେବା ପରେ ନିକଟତମ ପ୍ରତିଦ୍ୱନ୍ଦୀ କହ୍ନେଇ ପହିଙ୍କୁ ୨୧୦ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ ପ୍ରଣିତ୍ । ସେହି ନିର୍ବାଚନରେ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଦାସଙ୍କୁ ୧୦-୯ ବ୍ୟବଧାନରେ ପରାଜିତ କରି ସହ ରାଜ୍ୟର ସର୍ବକନିଷ୍ଠ ପଞ୍ଚାୟତ ସମିତି ଅଧ୍ୟକ୍ଷ ହେବାର ଗୌରବ ମଧ୍ୟ ଅର୍ଜ୍ଜନ କରିଥିଲେ । ପୁନଶ୍ଚ ୨୦୧୭ ପଞ୍ଚାୟତ ନିର୍ବାଚନରେ ନପଙ୍ଗ ପଞ୍ଚାୟତରୁ ବିଜେଡି ସମର୍ଥୀତ ପ୍ରାର୍ଥୀ ଭାବେ ନିକଟତମ ପ୍ରତିଦ୍ୱନ୍ଦି ଶରତ ସାମଲଙ୍କ ଠାରୁ ୩୬୫ ଭୋଟ ବ୍ୟବଧାନରେ ସମିତି ସଭ୍ୟ ଭାବେ ବିଜୟ ଲାଭ କରିଥିଲେ ।
ସେହି ନିର୍ବାଚନରେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ହେଲେ ଆବଶ୍ୟକ ସଂଖ୍ୟକ ସମିତି ସଭ୍ୟ ଜିତାଇ ଆଣି ପାରିନଥିବାରୁ ବିଜେଡି ସମର୍ଥୀତ ଦଳ ପୁନଶ୍ଚ ପଞ୍ଚାୟତ ସମିତି ଅକ୍ତିଆର କରିପାରିନଥିଲା । ଉଭୟ କଂଗ୍ରେସ ଓ ବିଜେପି ନିର୍ବାଚନୀ ବୁଝାମଣା କରି ବିଜେଡିକୁ ସମିତି ଅଧ୍ୟକ୍ଷ ପଦରୁ ବଞ୍ôଚତ କରିବାରେ ସଫଳ ହୋଇଥିଲେ । ଚଳିତ ନିର୍ବାଚନରେ ୨୩ ନଂ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଆଶା ରଖିଥିବା ପ୍ରଣିତ୍ ଦଳୀୟ ନୀତି ଆଧାରରେ ବୟାବନାପୁର ପଞ୍ଚାୟତ ରୁ ବିଜେଡି ସମର୍ଥୀତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଭରି ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ଦଳର ଯୋଜନା ଓ ବିଧାୟକଙ୍କ ପୁତ୍ର ଭାବେ ପ୍ରଣିତ୍ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି । ସେହିପରି କଂଗ୍ରେସ ସମର୍ଥୀତ ପ୍ରାର୍ଥୀନୀ ସବିତା ଚନ୍ଦ ଚନ୍ଦ୍ରଭାନୁପୁର ଗ୍ରାମର ବୋହୂ । ସେ ବ୍ଲକ କଂଗ୍ରେସ ସଭାପତି ରଜନୀକନ୍ତ ଚନ୍ଦଙ୍କ ପତ୍ନୀ । ୧୯୯୭ ପଞ୍ଚାୟତ ନିର୍ବାଚନରେ ଅବିଭକ୍ତ ଦକ୍ଷିଣବାଡ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଶ୍ରୀମତୀ ଚନ୍ଦ ଦକ୍ଷତାର ସହ ଦାଇତ୍ୱ ତୁଲାଇଥିଲେ । ୨୦୦୨ ମସିହା ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀନୀ ଭାବେ ୨୩ ନଂ ଜୋନରୁ ୯୨୦ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ ।
ମାତ୍ର ୨୦୧୭ ପଞ୍ଚାୟତ ନିର୍ବାଚନରେ ନବଗଠିତ ବୟାବନାପୁର ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ନିକଟତମ ବିଜେଡି ସମର୍ଥୀତ ପ୍ରାର୍ଥୀନୀ ସ୍ୱିତାରେଖା ରାଉତଙ୍କ ଠାରୁ ମାତ୍ର ୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ଉପଯୋଗ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ମହିଳା ସଭାନେତ୍ରୀ ଭାବେ ଗତ ଚାରିବର୍ଷ ଧରି ଦାଇତ୍ୱ ତୁଲାଇବା ସୁଯୋଗ ଦେଇଛି । ଦଳର ଦୃଢ ଭୋଟ ବ୍ୟାଙ୍କ ଏବଂ ସହଯୋଗୀ ପ୍ରଶାନ୍ତ ସାହୁ ସରପଞ୍ଚ ଭାବେ ଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତର ମଙ୍ଗ ସମ୍ଭାଳିଥିବାରୁ ଶ୍ରୀମତୀ ଚନ୍ଦ ବିଜୟ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ମାତ୍ର ଅନ୍ୟତମ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ବିଜେପି ସମର୍ଥୀତ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ସନ୍ତୋଷ ସାମଲ । ଚନ୍ଦ୍ରଭାନୁପୁର, ତାଳପଦା, ବୟାବନାପୁର, ସରପଦା (ଆଂଶିକ) ଗ୍ରାମକୁ ନେଇ ବୟାବନାପୁର ପଞ୍ଚାୟତ ଗଠିତ । ଚଳିତ ବର୍ଷ ଏହାର ଭୋଟର ସଂଖ୍ୟା ୨୯୫୭ । ଦୁଇ ହେଭିୱେଟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏହି ପଞ୍ଚାୟତର ଗୁରୁତ୍ୱ ବୃଦ୍ଧିପାଇଛି । ଏଭୟ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରି ବିଜୟ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବୟାବନାପୁର ପଞ୍ଚାୟତ; ବିଧାୟକଙ୍କ ପୁତ୍ର ସହ ଜିଲ୍ଲା ମହିଳା ସଭାନେତ୍ରୀଙ୍କ ମୁକାବିଲା

Comment