ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳ ତଥା ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ସେହିପରି ମଙ୍ଗଳବାର ଅପରାହ୍ନରେ ଶାସକ ବିଜୁ ଜନତା ଦଳର ମଧ୍ୟ ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।
ଚଳିତ ବିଧାନସଭାରେ ବିଜେଡି କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ବିଧାୟକ ଦଳର ବୈଠକ ପରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବିଜେଡି ଗୃହରେ ଏଲ୍ପିଜି, ଦରଦାମ୍ ବୃଦ୍ଧି ପ୍ରସଙ୍ଗ ଉଠାଇବ । କୋଇଲା ରୟାଲ୍ଟି ଓ ଏମ୍ଏସ୍ପି ପ୍ରସଙ୍ଗ ମଧ୍ୟ ଉଠିବ । ସ୍ୱାମୀନାଥନ କମିଟି ସୁପାରିସ୍ କାର୍ଯ୍ୟକାରୀ କରିବା ପାଇଁ ପ୍ରସଙ୍ଗ ଉଠିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି

Comment