ଭଦ୍ରକ: ପ୍ରାଣୀଧନର ବିକାଶ ଏବଂ ଧାମରା ପୋର୍ଟ ପାରିପାଶ୍ୱର୍ ଗ୍ରାମରେ ଆଧୁନିକ ପଶୁପାଳନ ପରିଚାଳନା କରିବା ଉଦ୍ଦେଶ୍ୟରେ, ଆଦାନୀ ସିଏସ୍ଆର୍ ୱିଙ୍ଗ ଆଦାନୀ ଫାଉଣ୍ଡେସନ ଏବଂ ବାଏଫ୍ର ମିଳିତ ସହଭାଗିତାରେ ମୟୂରଭଞ୍ଜ ଜିଲା ବାଡ଼ସାହି ବ୍ଲକ ଅଙ୍ଗାରଗଡ଼ିଆ ଗ୍ରାମସ୍ଥିତ ଫଗୋ ଗ୍ରୀନ ଡାଏରୀ ଫାର୍ମକୁ ଏକ ଦିନିକିଆ କୃଷକ ତାଲିମ କାର୍ଯ୍ୟକ୍ରମ ଏବଂ ପରିଦର୍ଶନ ଆୟୋଜନ କରାଯାଇଥିଲା । ଦୋସିଙ୍ଗା, ଜାଗୁଳା, କରଞ୍ଜମାଳ ଏବଂ କରଣପଲ୍ଲୀ ୪ଟି ପ୍ରାଣୀଧନ ବିକାଶ କେନ୍ଦ୍ର (ସିଡିସି)ରୁ ମନୋନୀତ ୩୮ ଟି ସାମ୍ଭାବ୍ୟ ପଶୁପାଳକ (ପୁରୁଷ-୩୩, ମହିଳା-୫) ସକ୍ରିୟ ଅଂଶଗ୍ରହଣ କରିବା ସହିତ ଫାର୍ମ ମାଲିକ ଉଦ୍ୟୋଗୀ ସପନ କୁମାର ମହାପାତ୍ରଙ୍କ ସହ ପ୍ରାଣୀଧନ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଚାଷୀମାନେ ଗୋ-ଚାରା ଚାଷ ପାଇଁ ପ୍ଲଟ, ଦୁଗ୍ଧ, ଛେଳି ଏବଂ କୁକୁଡ଼ା ଚାଷ ୟୁନିଟ, ବ୍ୟବସାୟିକ ବାୟୋଗ୍ୟାସ ପ୍ଲାଣ୍ଟ, ଜୈବକମ୍ପୋଷ୍ଟ ୟୁନିଟ, ନର୍ସରୀ ବଗିଚା, ଦୁଗ୍ଧ ଏକତ୍ରିକରଣ କେନ୍ଦ୍ର, ପ୍ରକ୍ରିୟାକରଣ ୟୁନିଟ ଆଦି ପରିଦର୍ଶନ କରିଥିଲେ ।
ସରକାରୀ, ବେସରକାରୀ ବିଶେଷଜ୍ଞ/ ଉଦ୍ୟୋଗୀଙ୍କ ପରାମର୍ଶ ଦ୍ୱାରା ଚାଷୀମାନେ କିପରି ଆଧୁନିକ ପଶୁପାଳନକୁ ପରିଚାଳନା କରିପାରିବେ ଯାହା କି କୃଷି ଏବଂ ଉଦ୍ୟାନକୃଷି ଠାରୁ ଅଧିକ ଲାଭ ପାଇପାରିବେ ସେ ବିଷୟରେ ଶ୍ରୀ ମହାପାତ୍ର ଚାଷୀମାନଙ୍କୁ ବୁଝାଇଥିଲେ । ଅନ୍ୟପକ୍ଷରେ ଜୈବିକ କଣିକା, କୁକୁଡ଼ା ଖାଦ୍ୟ, ସବୁଜ ଚାରା ଚାଷ, ଘରୋଇ ବ୍ୟବହାର ପାଇଁ ସୌର ବାୟୋଗ୍ୟାସ, ସବୁଜ ଓ ଜୈବିକ ପଦାର୍ଥର ପର୍ଯ୍ୟାପ୍ତ ବ୍ୟବହାର ଇତ୍ୟାଦି ପାଇଁ ଅଣୁଦ୍ରବ୍ୟଗୁଡ଼ିକର ପୁନଃ ବ୍ୟବହାର ଦ୍ୱାରା ବିକଳ୍ପ ଆୟ ବୃଦ୍ଧି କରାଯାଇପାରିବ ବୋଲି ସେ କହିଥିଲେ । ଦୁଗ୍ଧ, ଛେଳି ଏବଂ କୁକୁଡ଼ା ଚାଷ, କୃତ୍ରିମ ପ୍ରଜନନର ଗୁରୁତ୍ୱ, ଗୋ ସୁରକ୍ଷା, ଯତ୍ନ ଓ ଆଜୋଲା ଖାଦ୍ୟ, ଠିକ୍ ସମୟରେ ଟୀକାକରଣ, ଜୈବିକ ସାରର ଉପଯୁକ୍ତ ବ୍ୟବହାର, ବାୟୋଗ୍ୟାସ ୟୁନିଟର ବିକାଶ ଆଦି ବିଷୟ ଉପରେ ବାଏଫର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଡଃ ସନ୍ତୋଷ କୁମାର ବିସ୍ତାର ଭାବେ ବୁଝାଇଥିଲେ । ନିରନ୍ତର ଜିବୀକା ଏବଂ ବିକାଶ ପାଇଁ ବାଏଫ୍ ପ୍ରତିଷ୍ଠାନ ସହଭାଗିତାରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ପରିସମାପ୍ତି ହୋଇଥିଲା ।
ଧାମରା ପୋର୍ଟ ତରଫରୁ ଦିନିକିଆ କୃଷକ ପରିଦର୍ଶନ କାର୍ଯ୍ୟକ୍ରମ

Comment