ଭୁବନେଶ୍ୱର: ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍ ଆଶାବାଦୀ ଅଛି। ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ ସାମିଲ କରିବାର ରୋଡ୍ମ୍ୟାପ ପ୍ରସ୍ତୁତ କରିଛି ବିଜେପି । ରେସ୍ରେ ସାମାନ୍ୟ ପଛରେ ଥିବା କଂଗ୍ରେସ ଏକ୍ ହୋଇ ପ୍ରଚାର କରିବାକୁ ସମନ୍ୱୟ ବୈଠକ କରିଛି ।
ଉପନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ପିପିଲିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସମ୍ବୋଧନ କରିଥିଲେ । ଯାହା ଭୋଟରଙ୍କୁ ବେଶ୍ ପ୍ରଭାବିତ କରିଥିବାର ଆତ୍ମବିଶ୍ୱାସ ଦେଖାଇଛି ବିଜେଡି । ଏଥର ବି ଭର୍ଚୁଆଲରେ ପ୍ରଚାର କରିବା ପାଇଁ ନବୀନଙ୍କୁ ନେତା ଓ କର୍ମୀ ଅନୁରୋଧ କରିବେ । ନେତାମାନେ ପ୍ରଚାରକୁ ଯିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ଯକ୍ରମ ସରିଛି । ୱାର୍ଡସ୍ତରରେ ତିନି-ଚାରି ଜଣଙ୍କୁ ନେଇ ଦଳ ପ୍ରଚାର କରିବ । କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
Comment