୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ,ରାଜ୍ୟରେ ଜାରି ରହିବ ବର୍ଷା !

Odisha Hot News
1 Min Read


ଭୁବନେଶ୍ୱର: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ସୃଷ୍ଟି ହେ । ତେବେ ୧୩ରୁ ୧୪ ତାରିଖ ମଧ୍ୟରେ ଲଘୁଚାପ ବଳୟ ଅବପାତର ରୂପ ନେବ। ପରବର୍ତ୍ତୀ ଦିନ କି ଦୁଇ ିତରେ ପଶ୍ଚିମ ଦିଗରେ ଗତି କରିବ। ତେବେ ଏହାର ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବ ।ସହିତ ଏହା ବାତ୍ୟା ରରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିବାକୁ ଥିଲେ ମଧ୍ୟ ତାହାର ପ୍ରଭାବ ଓଡ଼ିଶା ଉପରେ କିଛି ମାତ୍ରାରେ ପଡ଼ିବ। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ପରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି ।
ତେବେ ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ ଜିଲ୍ଲାରେ ପ୍ରଭାବ ପଡ଼ିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବି ହାଲକା ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୁଷ୍ଟି ହୋଇପାରେ । ଯାହାଫଳରେ ସୋମବାରଠାରୁ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ। ଏହା ସମୁଦ୍ର ଭିତରେ ରହୁଥିବାରୁ ୧୪ ତାରିଖ ପର‌୍ୟ୍ୟନ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ସେଭଳି ବିପଦ ନାହିଁ। ଅନ୍ୟପକ୍ଷରେ ଆସନ୍ତା ତିନି ଦିନ ମଧ୍ୟରେ ସେଭଳି ଶୀତ ଅନୁଭୂତରେ ହେବ ନାହିଁ।

Share This Article
Leave a Comment