ଆସନ୍ତା ୨ଦିନ (୧୫ ଓ ୧୬) ବନ୍ଦ ରହିବ ସ୍କୁଲ : ସମୀର ଦାଶ

Odisha Hot News
1 Min Read

ଭୁବନେଶ୍ବର : ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଆସନ୍ତା ୧୫ ତାରିଖ (ସୋମବାର) ଦିନ କଂଗ୍ରେସ ରାଜ୍ୟବ୍ୟାପୀ ବାନ୍ଦ ଡାକରା ଦେଇଛି । କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ତେବେ ଏସବୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛ ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ଆସନ୍ତା ୧୬ ତାରିଖରେ ମଧ୍ୟ ସ୍କୁଲ ବନ୍ଦ ରହିବ। ଏହି ଦିନ ସରସ୍ବତୀ ପୂଜା ପଡୁଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟି ସ୍କୁଲ୍‌ରେ ପାଳନ ହେବନି ସରସ୍ବତୀ ପୂଜା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରସ୍ବତୀ ପୂଜାରେ ସ୍କୁଲ ବନ୍ଦ ରହିବ ବୋଲି ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଛି । ସୋମବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

Share This Article