ଅଲ୍‌ ଓଡିଶା ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର : ବ୍ରହ୍ମପୁରରେ ଅଲ୍‌ ଓଡିଶା ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁଷ୍ଠିତ । ଅଙ୍ଗନାୱାଡି କର୍ମୀଙ୍କ ଦରମା ମାସିକ ୧୫୦୦୦ ଟଙ୍କା ଓ ଅଣ୍ଡାର ବର୍ଦ୍ଧିତ ମୂଲ୍ୟ ଅନୁସାରେ ପ୍ରଦାନ କରାଯିବ । ଏନେଇ ଅଲ୍ ଓଡିଶା ଅଙ୍ଗନାୱାଡି କର୍ମୀ ସଂଘ ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ ନ୍ଯୁଜ୍ ୭ କୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ଯ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ତଥା ରାଜ୍ଯସଭା ସାଂସଦ ସୁବାଷ ସିଂହ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ମଧ୍ଯ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

Share This Article