ବୈାଦ୍ଧ: ଜାତି ,ଧର୍ମ , ବର୍ଣ୍ଣ ନିବିଶେଷରେ ସମସ୍ତେ ସମାନ । ସମସ୍ତଙ୍କ ପାଇଁ ସବୁଠି ଗୋଟିଏ ନିୟମ । ସେ ମନ୍ଦିର ହେଉ, ଅବା କୋର୍ଟ କିମ୍ବା ସ୍କୁଲ । ସବୁଠି ସମସ୍ତଙ୍କର ଗୋଟି ଅଧିକାର । ତେବେ ଜାତିଆଣ ଭେଦ ଭାବକୁ ନେଇ କେତେଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନସକି ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ଗୋଛାପଡା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ । ତେବେ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୨୮୦ଜଣ ଛାତ୍ରଛାତ୍ରୀ ପଠୟନ କରନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୮୫ଜଣ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ । ତେବେ ଏହି ଦଳିତ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ଛୁଆଁ ଅଛୁଆଁ ଭାବର ଶିକାର ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏଭଳି ଆଚରଣ ଯୋଗୁଁ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ଶିକାର ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏହାର ସମାଧାନ ନହେଲେ ସ୍କୁଲ ଛାଡିବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ।
ସ୍କୁଲରେ ପଶିଛି ଜାତି, ଅଛୁଆଁ କହି ମଧ୍ୟାହ୍ନ ଭୋଜନ ଓ ପୂଜାରୁ ବାରଣ କଲେ ଶିକ୍ଷକ, ମେଳି ବାନ୍ଧିଲାଣି ଆନ୍ଦୋଳନ !
Leave a Comment
Leave a Comment
- Advertisement -
Stay Connected
Comment
- aviator_abSn on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- mostbet_orEn on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- melbet_ptma on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- mostbet_psEn on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- melbet_ucma on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
