ବିଭିନ୍ନ ମଦଆଡ଼ାରେ ପୁଲିସ ଚଢ଼ଉ : ଶାଶୂ ସହ ଇଞ୍ଜିନିୟର ବୋହୂ ଗିରଫ

Odisha Hot News
1 Min Read

ଭଦ୍ରକ : ଭଦ୍ରକରେ କୋଇଲା ମାଫିଆଙ୍କ ପରେ ଏବେ ମଦ ମାଫିଆଙ୍କ ଉପରେ ପଡ଼ିଛି ପୁଲିସର ଆଖି। ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଗ୍ରାମାଞ୍ଚଳ ଆଇଆଇସି ଆଲୋକ ଜେନା ଅଚାନକ ରମ୍ଭିଳା ପଞ୍ଚାୟତ ଘୁମୁରିଗଡ଼ିଆ ଗାଁର ଏକ ମଦଆଡା ଉପରେ ଚଢ଼ଉ କରିଥିଲେ। ସେଠାରୁ ହଜା‌ରେ ଲିଟର ଦେଶୀ ମଦ ଜବତ କରିବା ସହ କାରବାରେ ସମ୍ପୃକ୍ତ ଶାଶୂ ଓ ତାଙ୍କ ଇଞ୍ଜିନିୟର ବୋହୂଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ଇଣ୍ଡିକା କାର, ସ୍କୁଟି ଓ ନଗଦ ୧ଲକ୍ଷ ୫ ହଜାର ଟଙ୍କା ଜବତ ହୋଇଛି।

ସୂଚନା ଅନୁଯାୟୀ, ଭଦ୍ରକ ସହର ସମେତ ଗ୍ରାମାଞ୍ଚଳରେ ବେଧଡ଼କ ଚାଲିଛି ଚୋରାମଦ କାରବାର। ମାଫିଆଙ୍କୁ ଧରିବା ପାଇଁ ଏବେ ବ୍ୟାପକ ଚଢ଼ଉ କରୁଛି ଭଦ୍ରକ ଜିଲ୍ଲା ପୁଲିସ। ଏହି କ୍ରମରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ବିଭିନ୍ନ ମଦ ଆଡ୍ଡା ଉପରେ ଚଢ଼ଉ କରିଥିଲା। ରମ୍ଭିଳା ମଦ ଆଡ୍ଡା ଉପରେ ଚଢ଼ଉ ବେଳେ ଏହି ଅଞ୍ଚଳରେ ବହୁ ଦିନରୁ ‌ଚୋରା ଦେଶୀମଦ କାରବାର ଚଳାଇ ଆସିଥିବା ମହିଳା ଓ ତାଙ୍କ ଇଞ୍ଜିନିୟର ବୋହୂ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

Share This Article