ପୁଲିସ ଗାଡ଼ିର ଷ୍ଟିକର ଲଗାଇ ଗଂଜେଇ ଚାଲାଣ

Odisha Hot News
1 Min Read

ବାଲିମେଳା:  ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ (ବାଲିମେଳା) ପୁଲିସ ୧୦୦ କିଗ୍ରା ଚୋରା ଗଂଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମିଳଥିବା ସୂଚନା ଅନୁସାରେ ଗତ ୮ ତାରିଖ ରାତ୍ରୀରେ ବାଲିମେଳା-ଡିଇକ୩ ରାସ୍ତାର ନାକାମାମୁଡି ଛକ ନିକଟରେ ଥାନା ଏସଆଇ ମିଲନ ମଜୁମଦାର ଓ ତାଙ୍କ ସହକର୍ମୀ ପାଟ୍ରୋଲିଂ କରୁଥିବା ସମୟରେ ଡିଇକ୩ ରାସ୍ତା ପଟୁ ଏକ ଇନୋଭା (ଓଡି ୩୩ ବି ୩୬୭୬) ବାଲିମେଳା ଛକ ଅଭିମୁଖେ ଆସୁଥିବା ସମୟରେ ପୁଲିସ ସନ୍ଦେହରେ ଗାଡ଼ିକୁ ଅଟାଇଥିଲେ । ପୁଲିସକୁ ଦେଖି ଇନୋଭାରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଗାଡ଼ିରେ ରହିଥିବା ଅନ୍ୟ ୩ଜଣଙ୍କୁ ପୁଲିସ ଅଟକାଇ ପଚରାଉଚରା କରିଥିଲା।

ଗାଡ଼ି ତଲାସି କରିବା ସମୟରେ ସେଥିରେ ୪ଟି ବସ୍ତାରେ ଗଂଜେଇ ରହିଥିବା ଜଣା ପଡ଼ିଥିଲା । କୌତୁହଳର ବିଷୟ ଯେ ଗାଡ଼ି ଉପରେ ନୀଳ ରଙ୍ଗର ଲାଇଟ ଲାଗିଥିବା ବେଳେ ପୁଲିସ ଏସକର୍ଟର ଷ୍ଟିକର ଲାଗିଥିବା ବେଳେ ସମସ୍ତେ ଜଙ୍ଗଲୀପ୍ୟାଚ ଡ୍ରେସ ପିନ୍ଧିଥିଲେ। ଗାଡ଼ି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା ।

ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ପାଟନା ଅଞ୍ଚଳର ରାଜୁ ଖାଲିଫା (୨୪), ରାଜୀବ କୁମାର (୨୬) ଓ ଅଶୋକ କୁମାର (୨୬)। ଜବତ ଗଂଜେଇର ଓଜନ ୧ କ୍ୱିଂଟାଲ ବୋଲି ଜଣାପଡ଼ିଥିଲା । ଏହା  ଚିତ୍ରକୋଣ୍ଡା ଅଂଚଳରୁ ବିହାରକୁ ଚାଲାଣ ହେବାକୁ ଥିବା ଜଣାପଡ଼ିଛି। ଏନେଇ ଓର୍କେଲ ଥାନା କେସ ନଂ ୬/୨୧ ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି ।

Share This Article