ଭୁବନେଶ୍ୱର : ବଢୁଛି ନବୀନଙ୍କ ପ୍ରତିଦ୍ୱନ୍ଦୀ । ରାଜ୍ୟରେ ଟିଡିପି ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ସଜାଗ ହୋଇଛି । ବିଶେଷକରି ଆନ୍ଧ୍ର ଓ ଓଡ଼ିଶା ସିମାନ୍ତ ଜିଲ୍ଲା ରାୟଗଡ଼ା ଗଞ୍ଜାମ, ବ୍ରହ୍ମପୁର, ଗଜପତି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ମାନଙ୍କରେ ପ୍ରାର୍ଥୀ ଦେବା ଲାଗି ଘୋଷଣା କରିଛି । ତେଲେଗାନାରେ ଟିଡ଼ିପି ସହ କଂଗ୍ରେସ ମେଂଟ କରି ନିର୍ବାଚନ ଲଢିଥିବା ବେଳେ ଟିଡ଼ିପିର ଏପରି ନିଷ୍ପତିକୁ କଂଗ୍ରେସ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାସହ କଂଗ୍ରେସ ବିଧାୟକ ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନପତି କହିଛନ୍ତି, ଯଦି ଟିଡ଼ିପି ପ୍ରାର୍ଥୀ ଦିଏ ବିଜେଡିର ଭୋଟ ବାଂଟ ହେବା ସହ ଭୋଟ କମିବା ନେଇ ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଜେଡି କହିଛି, ଏହା ନିର୍ବାଚନ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । କାରଣ କୋଟିଆ ରେ ଅନୁପ୍ରବେଶ କରି ଦାଦାଗିରି, ପୋଲାଭରମ ବିବାଦରେ ଓଡ଼ିଶାକୁ ନେଇ ଅଦାଲତରେ ଟିଡ଼ିପି ଛିଡ଼ାକରିଛି । ଯାହା ରାଜ୍ୟବାସୀ ମନରୁ ଲିଭି ନାହିଁ । ତେଣୁ ଏହା ରାଜ୍ୟର ଭୋଟରଙ୍କ ଉପରେ କିଛି ପ୍ରଭାବ ପଡିବ ନାହିଁ । ଅନ୍ୟପଟେ ଉତରରେ ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ଅଂଚଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବା ପାଇଁ ରଣନୀତି ପ୍ରସ୍ତୁତି କରିଛି । ଏତିକିରେ ସରିନାହିଁ ନବୀନଙ୍କ ପ୍ରତିଦ୍ୱନ୍ଦୀ ଦିଦୀ ମଧ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶା ସିମାନ୍ତ ଜିଲ୍ଲାମାନଙ୍କରେ ପ୍ରାର୍ଥୀ ଦେବା ଲାଗି ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେଡିର ପ୍ରତିଷ୍ଠା ଦିବସରେ ଦଳ ନିର୍ବାଚନୀ ବେଗୁଲ ବଜାଇବା ପାଇଁ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ବିରୋଧି କାଉଁଣ୍ଟର କରିବା ଉଦ୍ୟମ ଚଳାଉଛି । ସେଥିପାଇଁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାରେ ଏକ ବିରାଟ ଜନସମାବେଶରେ ଯୋଗ ଦେଉଥିବା ବେଳେ ରାହୁଲ ଦୁଇ ଦିନିଆ ଗ୍ରସ୍ତରେ ଓଡ଼ିଶାକୁ ଆସୁଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ମହାସଭା ଆୟୋଜନ କରୁଛି କଂଗ୍ରେସ ।