ମାହାଙ୍ଗା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି

Odisha Hot News
1 Min Read

ଭୁବନେଶ୍ବର: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ସେ କହିଛନ୍ତି ଯେ ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ଥାନା ଘେରାଓ କରିବେ ଓ ଘଟଣାରେ ଜଡ଼ିତ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କରିବେ। ଠିକ୍ ସେହିପରି ଜାନୁଆରି ୬ ତାରିଖରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଓ କରିବେ ଏବଂ ୮ ତାରିଖରେ ସରକାରଙ୍କ ବିରୋଧରେ ବିଜେପିର ୨୫ ହଜାର କାର୍ଯ୍ୟକର୍ତ୍ତା ଡିଜି ଅଫିସ ଘେରାଓ କରିବେ ବୋଲି ବିଜେପି.ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Share This Article