ଭୁବନେଶ୍ୱର : ପୁଣି ଅତି ଲଜ୍ଜାକର ଘଟଣା । ଜଣେ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋିଛି ଥାନାରେ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏହି ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ହେଉଛି ରବି ଦାସ । ନାବାଳିକା ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛି । ଯୁବକକୁ ଗିରଫ କରି ଲିଙ୍ଗରାଜ ଥାନା ପୋଲିସ୍ ପଚରା ଉଚରା କରୁଛି ।
ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଯୁବତୀ, ନାବାଳିକା, ଶିଶୁମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବାରମ୍ବାର ଏଭଳି ଦୁଷ୍କର୍ମ ଘଟଣାମାନ ଭୁବନେଶ୍ବର ଅଞ୍ଚଳରେ ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭୁବନେଶ୍ବରରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ କରି ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିଲେ । ପୀଡିତାଙ୍କୁ ଉଦ୍ଧାର କରିଥିଲା ପତିତ ଉଦ୍ଧାର ସମିତି । ଯୁବତୀ ଜଣଙ୍କ ଜଣେ ମାନସିକ ବିକାରଗସ୍ତ ହୋଇଥିବା ଜଣାପଡିଥିଲା ।
Comment