ଭୁବନେଶ୍ୱର : ଦେବାଶିଷ ମହାନ୍ତି ହେଲେ ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ । ଭାରତୀୟ ସିନିଅର ଟିମର ଚୟନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ନାଁକୁ ବିସିସିଆଇକୁ ସୁପାରିଶ କରାଯାଇଥିଲା । ଦେବାଶିଷଙ୍କ ସହ ଚେତନ ଶର୍ମା, ଆବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ ଭାବେ ମନୋନୀତ ହୋଇଥିବା ଜଣାଯାଇଛି । ବାର୍ଷିକ ସାଧାରଣ ବୈଠକ ପରେ ଏହି ଘୋଷଣା ହୋଇଛି । ଚେତନ ଶର୍ମା କମିଟିର ଅଧ୍ୟକ୍ଷ ରହିବେ । ଦ୍ୱିତୀୟ ଓଡ଼ିଆ ଭାବେ ଚୟନ କମିଟି ସଦସ୍ୟ ହୋଇଛନ୍ତି ଦେବାଶିଷ ମହାନ୍ତି । ଏହାପୂର୍ବରୁ ରଞ୍ଜୀବ ବିଶ୍ୱାଳ ସିନିଅର ଚୟନ କମିଟିର ସଦସ୍ୟ ଥିଲେ ।
ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ ଭାବେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ମନୋନୀତ

You Might Also Like
Odisha Hot News
- Advertisement -
Comment