ଉଦ୍ଧାର କରିବାକୁ ଯାଇ ହିନସ୍ଥା ପୋଲିସ; ଉଦ୍ଧାର ସମୟରେ ପୋଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ !

Odisha Hot News
1 Min Read

ବାଲେଶ୍ୱର: ସୋର ଥାନା ନିକଟରେ ସଡ଼କ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୪ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଅନ୍ୟପଟେ ପୋଲିସ ଉଦ୍ଧାର କରିବାକୁ ଯାଇ ହିନସ୍ଥା ହୋଇଛି । ପୋଲିସ ଭ୍ୟାନ ରାସ୍ତା ପାଶ୍ୱର୍ରେ ପାର୍କିଂ କରି ଆହତ ମାନଙ୍କୁ ଉଦ୍ଧାର କରିବା ସମୟରେ ଏକ ଟ୍ରକ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା । ଏହା ଫଳରେ ପୋଲିସ ଗାଡ଼ିଟି ଭାଙ୍ଗି ଚେପା ହୋଇଯାଇଥିବା ବେଳେ କାହାର କ୍ଷତି ହୋଇନଥିବା ଜଣାପଡ଼ିଛି ।

Share This Article
Leave a comment