ଥଣ୍ଡାରେ ଥରିବ ଓଡ଼ିଶା , ୧୬ଟି ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତା ୩ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ହେବ। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏଥିପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ମୟୁରଭଞ୍ଜ ଜିଲ୍ଲାମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଢ଼େଙ୍କାନାଳ, କେନ୍ଦୁଝର, ବାଲେଶ୍ବର, ଦେବଗଡ଼ ଆଦି ରହିଛି।
ତେବେ ଉପକୂଳବର୍ତ୍ତୀ ଜିଲ୍ଲାରେ ରାତ୍ରିରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ କମ ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଆଜି ଟୁଇଟ କରି ସୂଚନା ଦିଆଯାଇଛି। ଆଜିଠାରୁ କେତେକ ଜିଲ୍ଲାରେ ପୂର୍ବ ଅପେକ୍ଷା ଅଧିକ ଥଣ୍ଡା ଅନୁଭୂତ ହେଉଛି।ସନ୍ଧ୍ୟା ୭ଟା ପରେ ରାସ୍ତା ଘାଟ ଶୁନଶାନ ହୋଇଯାଉଥିବା ବେଳେ କେତେକ ଲୋକ ନିଆଁ ଜାଳି ତା’ପାଖରେ ବସିବାର ମଜା ନେଉଥିବା ଦେଖିବାକୁ ମିଳିଛି।

Share This Article