ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୋଇଛି ପହିଲି ଭୋଗ

Odisha Hot News
1 Min Read

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଏହି ତିଥିରେ ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଏହି ଅବସରରେ ଶ୍ରୀଜିଉଙ୍କୁ ଲାଗି ହୋଇଛି ପହିଲି ଭୋଗ। ବିରି, ଗହମଚୁନା ଓ ଘୃତରେ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗି ହୋଇଛି। ଗୋପାଳବଲ୍ଲଭ ନୀତି ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି।

କିମ୍ବଦନ୍ତୀ ଅନୁଯାୟୀ ପୌଷ ମାସରେ ମାଆ ଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି। ଶ୍ରୀମନ୍ଦିରରେ ମାଆ ଲକ୍ଷ୍ମୀଙ୍କ ଅନୁପସ୍ଥିତି ବେଳେ ମାଆ ଯଶୋଦା ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉମୀ ସୁଭଦ୍ରାଙ୍କ ପାଇଁ ବ୍ୟଢ୍ଦନ ପ୍ରସ୍ତୁତ କରନ୍ତି। ପୌଷପୂର୍ଣ୍ଣିମା ଠାରୁ ମକର ସଂକ୍ରାନ୍ତି ଯାଏଁ ପହଲି ଭୋଗ ପ୍ରସ୍ତୁତ କରାଯାଏ। ବିରି, ଗହମରେ ପ୍ରସ୍ତୁତ ୩୨ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯିବ।

Share This Article