ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

Odisha Hot News
1 Min Read

ଭୁବନେଶ୍ବର: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ରାଜ୍ୟରେ ପୁଣି ୩୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୨ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଞ୍ଚିଛି। ସେଥିମଧ୍ୟରୁ ସୁସ୍ଥ ହୋଇ ସାରି‌ଲେଣି ୩ ଲକ୍ଷ ୧୮ ହଜାର ୨୭୮ ଜଣ। ଏବେ ବି ସକ୍ରିୟ ଅଛନ୍ତି ୩୨୩୧ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ‌ହୋଇଥିବା ବେଳେ ବାଲେଶ୍ବରରୁ ୨୬ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୧୧ ଜଣ, ବୌଦ୍ଧରୁ ଜଣେ, କଟକରୁ ୨୦ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୭ ଜଣ, ଜଗତ୍‌ସିଂହପୁରରୁ ୭ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୨୫ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୧୪ ଜଣ, ଖୋର୍ଦ୍ଧାରୁ ୩୧ ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ୨ ଜଣ, ମୟୂରଭଞ୍ଜରୁ ୨୯ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୧୫ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୫୨ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ଏପଟେ କରୋନାରେ ପୁଣି ୪ ଜଣଙ୍କର ମୃତ୍ୟୁ ଘଟିଛି।

Share This Article