ଆଜି କ୍ୟାବିନେଟ୍‌, ୧୧ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ। ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟା ୪୫ ମିନିଟ୍‌ରେ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ପ୍ରାୟ ୧୧ଟି ପ୍ରସ୍ତାବ ଆସିପାରେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୦୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ୍‌ ବିଲ୍ଡିଂ ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ର ଅନୁମୋଦନ ନିଆଯିବ। ସେହିପରି ବରଗଡ଼ ଜିଲ୍ଲାର ଗାଏସିଲଟ ଓ ଅତାବିରାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର, ଗୃହ, ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ନେଇ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।

Share This Article