ଭାରସାମ୍ୟ ହରାଇ ଘର ଭିତରକୁ ପିକ୍‌-ଅପ୍‌ ଭ୍ୟାନ୍‌ ପଶିଯିବାରୁ ଛଅଜଣ ଗୁରୁତର ଆହତ

Odisha Hot News
1 Min Read

ଚନ୍ଦାହାଣ୍ଡି: ସୋମବାର ସକାଳେ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍‌ର ଝରାବାହାଲ ଗ୍ରାମରେ ଥିବା ଏକ ଘର ଭିତରକୁ ପଶିଯିବାରୁ ଜଣେ ବୃଦ୍ଧ ଏବଂ ଚାରିଜଣ ଶିଶୁଙ୍କ ସମେତ ଛଅଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

 ପିକ୍‌-ଅପ୍‌ ଭ୍ୟାନ୍‌ରେ ଆଳୁ, ପିଆଜ, ଲଙ୍କା ଓ ହଳଦୀ ଆଦି ବୋଝେଇ କରି ହାଟକୁ ବାହାରିଥିଲେ। ଗାଁ ଭିତରେ ଚାଲୁଥିବା ବେଳେ ଗାଡ଼ିଟି କୌଣସି କାରଣରୁ ଜଗତଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାକଡ଼ ଡ୍ରେନ୍‌ ଟପି ଅଳ୍ପ ଦୂରରେ ଥିବା ଏକ ଘର ଭିତରକୁ ପଶିଯାଇଥିଲା।

ସେହି ଘରର ବାରନ୍ଦା ପାଖରେ ଥିବା ଚଉଁରା ପାଖରେ ବସି ନିଆଁ ପୋଉଁଥିବା ୧୦ ବର୍ଷିୟ ସଚିନ ଗୋପାଳ, ୯ ବର୍ଷିୟ ସତୀକାନ୍ତ ଗୋପାଳ, ୭ ବର୍ଷୀୟ ନନ୍ଦିନୀ ଗୋପାଳ, ୨୭ ବର୍ଷିୟ ମନୀଷା ଗୋପାଳ ଏବଂ ସେ ଗାଁକୁ ଆସିଥିବା ୬୦ ବର୍ଷୀୟ ଡମ୍ବରୁଧର ହାତୀ ଏହି ଗାଡ଼ି ଧକ୍କାରେ ଆହତ ହୋଇଥିଲେ।ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Share This Article