ଓଟିଭି ସାରୁଅ ଷ୍ଟୁଡ଼ିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଜାମିନ

Odisha Hot News
1 Min Read

ଭୁବନେଶ୍ୱର : ସାରୁଅ ଷ୍ଟୁଡ଼ିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଜାମିନ। ଜାମିନ ପ୍ରଦାନ କଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରୁ ସାଇଟ ଇନଚାର୍ଯ ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ କରିଥିଲା ଖୋର୍ଦ୍ଧା ବାଘାମାରୀ ପୋଲିସ । ଅନିରୁଦ୍ଧଙ୍କ ବିରୋଧରେ ଗତ ୫ତାରିଖରେ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଡାକରା ପରେ ଥାନାକୁ ଆସୁନଥିଲେ କିମ୍ବା ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ ରହିଥିଲା। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ୪୪୭, ୨୯୪, ୩୪ ଧାରା ଲାଗିଛି । ଅନିରୁଦ୍ଧଙ୍କ ବିରୋଧରେ SC/ST ଆକ୍ଟ ମଧ୍ୟ ଲାଗିଛି।

Share This Article