ନଭେମ୍ବର ୨ରୁ ଖୋଲିବ ଭୁବନେଶ୍ବର ଏମ୍ସ ଓପିଡ଼ି

Odisha Hot News
1 Min Read

ଭୁବନେଶ୍ୱର :  ନଭେମ୍ବର ୨ରୁ ଖୋଲିବ ଏମ୍ସ ଓପିଡି। ସୂଚନା ଦେଲେ ଏମ୍ସ କର୍ତ୍ତୃପକ୍ଷ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୧୦ ତାରିଖରୁ  ଏମ୍ସର ଦିନିକିଆ ସେବା, ରେଡିଓଥେରାପି, ଡାଏଲିସିସ୍, ଆଘାତ ଏବଂ ଜରୁରୀକାଳୀନ ଏବଂ ଆଇପିଡି ସେବାକୁ ବନ୍ଦ କରିଦିଆଯାଇଥିଲା। ଏହି ସମୟ ଭିତରେ  ଟେଲି ମେଡିସିନ୍ ପରାମର୍ଶ ଏବଂ‘‘ଏଆଇଏମ୍ଏସ୍ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍’’ରେ  ଡାକ୍ତରୀ ପରାମର୍ଶ ଜାରି ରହିଥିଲା। ରୋଗୀମାନଙ୍କ ବଢୁଥିବା  ଚାହିଦା ଏବଂ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୦୨ ନଭେମ୍ବର ୨୦୨୦ ରୁ OPD ସେବା ଆରମ୍ଭ କରିବାକୁ ଏମ୍ସ ତରଫରୁ ନିଷ୍ପତ୍ତି ନିଆଯାଇଛି।

ପ୍ରାରମ୍ଭରେ ଅର୍ଥାତ ୮ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ରତି ବିଭାଗରେ ୩୦ ରୋଗୀଙ୍କ ପାଇଁ ପଞ୍ଜୀକରଣ ସଂଖ୍ୟା ସୀମିତ ରହିବ। ୯ ନଭେମ୍ବର ଠାରୁ  ଏକ ସପ୍ତାହ ପାଇଁ ବିଭାଗ ଦିନକୁ ୫୦ ରୋଗୀଙ୍କୁ ବୃଦ୍ଧି କରାଯିବ। ଏହା ପରେ, ସଂଖ୍ୟା ବୃଦ୍ଧି ପାଇଁ ଏକ ମୂଲ୍ୟାଙ୍କନ କରାଯିବ।  ଏହିପରି  ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ ଏବଂ ଟେଲି ମେଡିସିନ୍ (ହ୍ବାଟସ୍ପ ଆପ୍ କଲ) ମାଧ୍ୟମରେ ରୋଗୀଙ୍କ ସାମଗ୍ରିକ ରୁଟିନ୍ ଚେକ୍ ଅପ୍ ଜାରି ରହିବ।  ଆସନ୍ତା ୨ ତାରିଖରୁ ଭୁବନେଶ୍ୱର ଏମ୍ସର ୧୪ଟି ବହିଃ ବିଭାଗର ସେବା ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share This Article