ଋଣ ଭାର ସହିନପାରି ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା !

Odisha Hot News
2 Min Read

ଜଳେଶ୍ୱର : କରୋନା ପ୍ରକୋପରେ ଅସହାୟ ଗରିବ ନିଜର ଜୀବନ ଜୀବିକା ହରାଇ ହନ୍ତସନ୍ତ ହେଉଥିବା ବେଳେ, ଗ୍ରୁପ ଲୋନ, ହାତ ଉଧାର ସାଜିଲା ବାଧକ। ଶେଷରେ ଆତ୍ମହତ୍ୟାର ରାସ୍ତା ଆପଣେଇଲେ ଦମ୍ପତି। ଏଭଳି ଏକ ଅଭାବନୀୟ  ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରୁପସା ଥାନା ପୁଡାଡିହା ଗ୍ରାମରେ । ଋଣ ଭାର ସହି ନପାରି ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ କାଶୀନାଥ ରାଉଳ ଏବଂ ତାଙ୍କ ପତ୍ନୀ କନକ ରାଉଳ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ବାଲେଶ୍ଵର ଜିଲ୍ଲା ରୁପସା ଥାନା ପୁଡାଡିହା ଗାଁର କାଶିନାଥ ରାଉଳ ଓ ସ୍ତ୍ରୀ କନକ ରାଉଳ। ଉଭୟଙ୍କର ଦୁଇ ପୁଅ ଓ ଜଣେ ଝିଅ । ସମସ୍ତେ ବିବାହିତ ଏବଂ ଅଲଗା ରହୁଛନ୍ତି। କାଶିନାଥ ପେଶାରେ ଟ୍ରେନରେ ଫେରି କରି ଚଳନ୍ତି। ତେବେ ଲକଡାଉନ ପରେ ଟ୍ରେନ ଚଳାଚଳ ବନ୍ଦ ଲାଗି ବେପାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ପରିବାର ଚଳାଇବା ତଥା ନୂତନ ବେପାର କରିବାକୁ ତିନି ଚାରୋଟି ଘରୋଇ ବ୍ୟାଙ୍କ ଏବଂ ହାତ ଉଦ୍ଧାରରୁ ରୁଣ ଆଣି ଥିଲେ । ଋଣ ଅର୍ଥ ଠିକ ସମୟରେ ସୁଝି ନପାରିବାରୁ ବାରମ୍ବାର ଘରୋଇ ବ୍ୟାଙ୍କର କର୍ତ୍ତୃ ଆସି ତାଙ୍କୁ ଧମକ ଦେଉଥିବା ଶୁଣିବାକୁ ମିଳିଛି । ଗତ ସାତ ଆଠ ଦିନ ତଳେ ଏଭଳି ଏକ ବ୍ୟାଙ୍କର କର୍ମକର୍ତ୍ତା ଆସି ଅର୍ଥ ଦେଇ ନପାରିଲେ , ତୁମର ଡେଥ ସାର୍ଟିଫିକେଟ ଦିଅ ବୋଲି ଧମକ ଦେଇଥିବା ଚର୍ଚ୍ଚା ହେଉଛି ।

ତେବେ ଲକଡାଉନ ସମୟ ପରେ ଘରୋଇ ବ୍ୟାଙ୍କ କର୍ତ୍ତପକ୍ଷଙ୍କ ଜୁଲମ ଲାଗି , ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ସନ୍ଦେହ କରାଯାଉଛି । ଋଣ ଭାର ସହିନପାରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ ରହିଛି । ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି

Share This Article