ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୦ ହଜାର ୯୭୯ଟି କରୋନା ନମୁନା ପରୀକ୍ଷା

Odisha Hot News
1 Min Read
1205778418

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ବେଳେ ଏହା ପୁଣି ୫୦ ହଜାରରୁ ଅଧିକ ହୋଇଛି। ଗତ ୨୪ ଘଣ୍ଟାରେ ମୋଟ୍ ୫୦ ହଜାର ୯୭୯ଟି କରୋନା ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୩,୨୧୩, ଆରଟିପିସିଆରରେ ୭,୬୦୭ ଓ ଟ୍ରୁନଟ୍‌ରେ ୧୬୦ଟି କରୋନା ନମୁନା ପରୀକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟରେ ୫୦ ହଜାର ୦୪୪ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଥିଲା। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୨,୫୧୧, ଆରଟିପିସିଆରରେ ୭,୩୪୫ ଓ ଟ୍ରୁନଟ୍‌ରେ ୧୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।

Share This Article