ସୀମା ବିବାଦ : ଲଦାଖରେ ପହଁଚିଲେ ଭାରତୀୟ ସେନାମୁଖ୍ୟ ନରୱାନେ

Odisha Hot News
1 Min Read

ନୂଆଦିଲ୍ଲୀ : ପୂର୍ବ ଲଦାଖର ପାଙ୍ଗୋଙ୍ଗ ଟିଏସଓ ହ୍ରଦ ଅଞ୍ଚଳ ଅତ୍ୟଧିକ ଉତ୍ତେଜନାପୂର୍ଣ୍ଣ ଅବସ୍ଥାରେ ଅଛି। ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଛନ୍ତି। ଏହି ଅଞ୍ଚଳର ସୂକ୍ଷ୍ମ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାନେ ଆଜି ସକାଳେ ଲଦାଖରେ ପହଞ୍ଚିଛନ୍ତି । ଏହି ଦୁଇ ଦିନିଆ ଗସ୍ତରେ ସେ ସୀମାରେ ସ୍ଥିତି ସମୀକ୍ଷା କରିବେ। ଆଜି ‌ସେ ଦକ୍ଷିଣ ପାଙ୍ଗୋଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିର ଅନୁଧ୍ୟାନ କରିଥିବା ଜଣା ପଡ଼ିଛି |

ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ସର୍ବାଧିକ ଉତ୍ତେଜନା ଦେଖାଦେଇଛି | ଅଗଷ୍ଟ ୨୯-୩୦ ରାତିରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ହଠାତ୍ ଏହି ଅଞ୍ଚଳ ଉପରେ ଆକ୍ରମଣ କରି ଏକପାଖିଆ ଭାବରେ କଣ୍ଟ୍ରୋଲ୍ ଲାଇନ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କଲା। କିନ୍ତୁ ସଜାଗ ଭାରତୀୟ ସେନା ସେମାନଙ୍କ ଏହି କାର୍ଯ୍ୟକୁ ବାଧା ଦେଇଥିଲା।

ସୂଚନାଯୋଗ୍ୟ ଯେ, ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିବାରୁ ଏବେ ସେନା ମୁଖ୍ୟ ଲଦାଖରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପହଞ୍ଚିଛନ୍ତି। ଲଦାଖରେ ପହଞ୍ଚି ସେନା ମୁଖ୍ୟ କାର୍ଯ୍ୟକ୍ଷମ ସମସ୍ୟା ଏବଂ ଭୂମି ସ୍ଥିତିକୁ ଅନୁଧ୍ୟାନ କରିଥିବା ଜଣା ପଡ଼ିଛି |

Share This Article