ଶ୍ରୀମନ୍ଦିର ସେବାୟତଙ୍କୁ ତୃତୀୟ ପର୍ଯ୍ୟାୟରେ ପୁଣି ଆଜିଠାରୁ ଦିଆଯିବ ହୋମିଓପାଥି ଔଷଧ

Odisha Hot News
1 Min Read

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଆଜିଠାରୁ ପୁଣି ଥରେ ଦିଆଯିବ ହୋମିଓପାଥି ଔଷଧ। କରୋନା ସଂକ୍ରମଣ ମୁକାବିଲା ପାଇଁ ୨ ଦିନ ଧରି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଔଷଧ ବଣ୍ଟନ କରାଯିବ। ରଥଯାତ୍ରା ପୂର୍ବରୁ ଓ ପରେ ପ୍ରାୟ ୫ହଜାର ସେବାୟତ ପରିବାରଙ୍କୁ ହୋମିଓପାଥି ବଣ୍ଟନ କରାଯାଇଥିଲା।

ଆର୍ସେନିକ ଆଲ୍‌କସ ନାମକ ଏହି ହୋମିଓପାଥି ଔଷଦ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଇଛି। ଏଣୁ ସ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟର ଅର୍ଗାନିକ ହୋମିଓପାଥି ଗବେଷଣା କେନ୍ଦ୍ର ପକ୍ଷରୁ ଆଜିଠାରୁ ପୁଣି ଔଷଧ ବଣ୍ଟନ କରାଯିବ। ଏହା ଇମ୍ୟୁନିଟି ବୁଷ୍ଟର ଭାବେ ଭଲ କାର୍ଯ୍ୟ କରୁଥିବା ହୋମିଓପାଥି ଡାକ୍ତରମାନେ ମତ ଦେଇଛନ୍ତି।

Share This Article