ଆଜି ରାଜ୍ୟରେ ୨୫୮୯ ଜଣ ପଜିଟିଭ୍ ଚିହ୍ନଟ, ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟରେ ୨୫୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୬, ଗଞ୍ଜାମ ଜିଲ୍ଲାରୁ ୨୪୨, ମୟୁରଭଞ୍ଜ ୧୧୭, ସୁନ୍ଦରଗଡ଼ରୁ ୧୫୫, ବାଲେଶ୍ବର ଜିଲ୍ଲାରୁ ୧୫୦, ରାୟଗଡ଼ାରୁ ୨୧୧, କଟକ ଜିଲ୍ଲାରୁ ୨୨୨ଜଣ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ନୟାଗଡ଼ରୁ ୧୧, ଅନୁଗୁଳ ଜିଲ୍ଲାରୁ୨୦ , ବରଗଡ଼ ଜିଲ୍ଲାରୁ ୬୭, ଭଦ୍ରକ ଜିଲ୍ଲାରୁ ୪୭, ବଲାଙ୍ଗୀର ଜିଲ୍ଲାରୁ ୧, ବୌଦ୍ଧ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୨୫, ଗଜପତି ଜିଲ୍ଲାରୁ ୩୬, ଜଗତସିଂହପୁର ଜିଲ୍ଲାରୁ ୨୧, ଯାଜପୁର ଜିଲ୍ଲାରୁ ୯୫, ଝାରସୁଗୁଡ଼ା ଜିଲ୍ଲାରୁ ୧୮, କଳାହାଣ୍ଡି ଜିଲ୍ଲାରୁ ୪୨, କନ୍ଧମାଳ ଜିଲ୍ଲାରୁ ୩୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦, କେନ୍ଦୁଝର ଜିଲ୍ଲାରୁ ୫୩, କୋରାପୁଟ ଜିଲ୍ଲାରୁ ୯୨, ମାଲକାନଗିରି ଜିଲ୍ଲାରୁ ୭୩, ନବରଙ୍ଗପୁର ଜିଲ୍ଲାରୁ ୩୬, ନୂଆପଡ଼ା ଜିଲ୍ଲାରୁ ୬, ପୁରୀ ଜିଲ୍ଲାରୁ ୨୩୫, ସମ୍ବଲପୁର ଜିଲ୍ଲାରୁ ୬୬ ଓ ସୋନପୁର ଜିଲ୍ଲାରୁ ୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୫,୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୩୮୩ ରହିଛି।

Share This Article