କୋଭିଡ ପାଇଁ କାଢ଼ା ଯେତିକି ଭଲ ସେତିକି ବି ଆଶଙ୍କା ଅଛି

Odisha Hot News
2 Min Read

କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ନିଜ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଲାଗିଛନ୍ତି। କେତେକ ଲୋକ ଏହି ମାମଲାରେ ନିଜକୁ ଡାକ୍ତର ଭାବୁଛନ୍ତି। ସେହିପରି କେତେକ ଲୋକ କରୋନା ଡରରେ ମନଇଚ୍ଛା କାଢ଼ା ପିଇବାକୁ ଲାଗିଛନ୍ତି। କିନ୍ତୁ ଏହାର କୁପ୍ରଭାବ ମଧ୍ୟ ସାମନାକୁ ଆସୁଛି। ଅଧିକ ମାତ୍ରାରେ କାଢ଼ା ପିଇବା ଦ୍ବାରା ପେଟ ରୋଗ ବଢ଼ୁଛି। ଲିଭର ରୋଗୀ ମଧ୍ୟ ବଢ଼ୁଛନ୍ତି।

ହ୍ବାଟସଆପ୍ ଏବଂ ଫେସବୁକରେ ଦିଆଯାଉଥିବା ଅଧା ସୂଚନାରେ ଲୋକ ଭରସା କରି ଔଷଧୀୟ କାଢ଼ା ଏବଂ ଔଷଧୀୟ ଗୁଣ ଯୁକ୍ତ ମସଲାର ଉପଯୋଗ ଅଧିକ ମାତ୍ରାରେ କରୁଛନ୍ତି ଯାହା ନୂଆ ପ୍ରକାରର ସମସ୍ୟା ସୃଷ୍ଟି କରୁଛି। କୁହାଯାଉଛି ଯେ କାଢ଼ାରେ ବ୍ୟବହୃତ ହେଉଥିବା ଜିନିଷ ଯେପରି-ଗୋଲମରିଚ,ଗିଲେଇ,ଡାଲଚିନି,ରସୁଣ ଏବଂ ଆଲୋବେରାର ସଠିକ ମାତ୍ରା ଅନେକ ଲୋକଙ୍କୁ ଜଣା ନାହିଁ।

ଡାକ୍ତରଙ୍କ କହିବା ଅନୁସାରେ ଯେକୌଣସି ରୋଗ ପ୍ରତିରୋଧକ କ୍ଷମତା ରାତାରାତି ବଢ଼ିନଥାଏ। ବରଂ ନିୟମିତ ଦିନଚର୍ଯ୍ୟା,ବ୍ୟାୟାମ ଏବଂ ପୌଷ୍ଟିକ ଏବଂ ସୁପାଚ୍ୟ ଭୋଜନ ସେବନ ଦ୍ବାରା ଧୀରେ ଧୀରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଯଦି କାହାକୁ ଲାଗୁଛି କି ତାଙ୍କୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାର ଆବଶ୍ୟକତା ରହିଛି ତେବେ ସେ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପ୍ରତି ବ୍ୟକ୍ତିଙ୍କ ଓଜନ ଏବଂ ବୟସ ଅନୁସାରେ ସେବନ କରୁଥିବା ଜିନିଷର ମାତ୍ରା ଏବଂ ସମୟ ବଦଳିଥାଏ। ଏଥିପାଇଁ ବିନା କୌଣସି ବିଶେଷଜ୍ଞଙ୍କ ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ।

ଡାଇଟିସିଆନ ଏବଂ ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା ଅନୁସାରେ ଡାଲଚିନିରେ ହେପେଟକ୍ସିନ ନାମକ ତତ୍ତ୍ବ ରହିଥାଏ ଯାହା ଅଧିକ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହୋଇଥାଏ। ଡାଲଚିନି,ଶୁଣ୍ଠି ଏବଂ ଲବଙ୍ଗର ସନ୍ତୁଳିତ ମାତ୍ରାର ପ୍ରୟୋଗ ସଂକ୍ରମଣ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଅଧା ସୂଚନାରେ ଏହାର ପ୍ରୟୋଗ କ୍ଷତିକାରକ ହୋଇଥାଏ।

ବିଶେଷଜ୍ଞଙ୍କ କହିବା ଅନୁସାରେ ସନ୍ତୁଳିତ ମାତ୍ରାରେ ତତ୍ତ୍ବରୁ ପ୍ରସ୍ତୁତ କାଢ଼ା ପୂର୍ଣ୍ଣତଃ ସୁରକ୍ଷିତ ହୋଇଥାଏ। କିନ୍ତୁ ଏହାର ସେବନ ଡାକ୍ତରଙ୍କ ପରାମର୍ଶରେ କରିବା ଉଚିତ୍‌।

Share This Article