କଳାହାଣ୍ଡି ଭିଜିଲାନ୍‌ସ ଜାଲରେ ଜିଆରଏସ୍

Odisha Hot News
1 Min Read

କଳାହାଣ୍ଡି: କଳାହାଣ୍ଡି କେସିଙ୍ଗା ବ୍ଳକ ବାଳସୀ ପଞ୍ଚାୟତ ଜିଆରଏସ ଜମି ମରାମତିର ବିଲ କରାଇବା ପାଇଁ ହିତାଧିକାରୀଙ୍କ ପୁଅଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍‌ସ ଜାଲରେ ଧରାପଡିଛନ୍ତି।

ସୂଚନାଯୋଗ୍ୟ, ଜିଆରଏସ ଶାନ୍ତନୁ ନାଗ ଜମି ମରାମତି ପାଇଁ ବିଲ କରାଇଦେବା ହେତୁ ହିତାଧିକାରୀଙ୍କ ପୁଅ ଖୁସୀ ରାମ ସାହୁଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ନେଉଥିବାବେଳେ ଯୋଜନାବଦ୍ଧ ଭାବେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍‌ସ ଟିମ୍ ତାଙ୍କୁ କାବୁ କରି ଗିରଫ କରିଥିଲା। କିଛି ସମୟ ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିବା ପରେ ଜିଲ୍ଲା ଭିଜିଲାନ୍‌ସ କାର୍ଯ୍ୟାଳୟକୁ ଜିଆରଏସ ଶାନ୍ତନୁଙ୍କୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

Share This Article