ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜାକୁ ଅନୁମତି ନାହିଁ : ଜିଲ୍ଲାପାଳ

Odisha Hot News
1 Min Read

ଭୁବନେଶ୍ବର: କୋଭିଡ ୧୯ର ସଂକ୍ରମଣକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିବ। ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନମାନଙ୍କରେ ଗଣେଶ ପୂଜା ଲାଗି ଅନୁମତି ଦିଆଯିବ ନାହିଁ | ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନେଇ ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। ଦରକାର ପଡ଼ିଲେ ସଟଡାଉନ୍ ଭଳି କଠୋର ନିଷ୍ପତ୍ତି ନିଆଯିବ ବୋଲି ବି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କଟକ ଓ ଭୁବନେଶ୍ବରରେ ବି ଗଣେଶ ପୂଜା ଲାଗି ଅନୁମତି ଦିଆଯିବ ନାହିଁ ବୋଲି କମିସନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ଏଣେ ଗଞ୍ଜାମ ଜିଲ୍ଲାରେ ବି କୋଭିଡର ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।।

ଗଞ୍ଜାମ ଜିଲ୍ଲାପାଳ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି,‘ କୋଭିଡର ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏଥିଲାଗି ସହଯୋଗ କରନ୍ତୁ ଏବଂ ଜରୁରୀକାଳୀନ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ | ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ ଅଧିକ ସଂକ୍ରମଣ ବନ୍ଦ କରିବା ପାଇଁ ଆପଣଙ୍କର ସହଯୋଗ ଗୁରୁତ୍ୱପୂର୍ଣ୍ଣ | ସମସ୍ତ ଦୋକାନୀଙ୍କୁ ପଞ୍ଚସୂତ୍ରକୁ କଠୋର ଭାବରେ ଅନୁସରଣ କରିବାକୁ ପଡ଼ିବ |’

 

Share This Article