ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର

Odisha Hot News
1 Min Read

ପାଟକୁରା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ବାସଭବନ ସମେତ ୫ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅଭୟ ଜେନାଙ୍କ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘରେ ଚଢ଼ଉ ଚାଲିଛି। ଖାଲି ସେତିକି ନୁହେଁ, ଭୀମପୁର ମୌଜା, ବାରଙ୍ଗ ଦଧିପାଟଣାରେ ଥିବା ଘରେ ଚଢ଼ାଉ ଚାଲିଛି । କଟକର ମହୁମାଛି ଗଳିରେ ଥିବା ତାଙ୍କ ଘରେ ବି ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଥିବା ଜଣାଯାଇଛି।

ଏଣେ ଆଜି ସକାଳୁ ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବଙ୍ଗାଲପୁରରେ ବି ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଥିବାର ଖବର ମିଳିଛି। ଠିକ୍ ସେହିପରି ବଙ୍ଗାଲପୁର ଗ୍ରାମରେ ଥିବା ଅଭୟ ଜେନାଙ୍କ ଶ୍ବଶୁର ପ୍ରଫୁଲ୍ଲ ଲେଙ୍କାଙ୍କ ଘରେ ମଧ୍ୟ ଅନ୍ୟ ଏକ ଭିଜିଲାନ୍ସ ଟିମ୍ଚଢ଼ାଉ କରିଛନ୍ତି। ଏସବୁ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି। ତେବେ ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଅଭୟ ଜେନାଙ୍କର କେତେ ଟଙ୍କାର ସଂପତ୍ତି ଠାବ କରାଯାଇଛି, ସେଥି ନେଇ କୌଣସି ତଥ୍ୟ ମିଳି ପାରି ନାହିଁ।

Share This Article