୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍ ବୈଠକ, ମହିଳା ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର

Odisha Hot News
2 Min Read

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥିରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କ୍ୟାବିନେଟ୍‌ ବୈଠକରେ  ରାଜ୍ୟର ୮ଟି ବ୍ଲକରେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ  ମିଳିଛି। ଏହି ପ୍ରକଳ୍ପଗୁଡ଼ିକରେ ୮୨୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରୁ ୯୧୧ଟି ଗାଁ ଉପକୃତ ହେବେ।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଡାକ୍ତରଖାନା ମାନଙ୍କରେ ଲୋକଙ୍କୁ କିଭଳି ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିପାରିବ ଏନେଇ ନିର୍ମଳ ଯୋଜନାକୁ ପରିବର୍ଦ୍ଧିତ କରାଯାଇଛି। ଏହି ଯୋଜନା ମାଧ୍ୟମରେ ହସ୍ପିଟାଲଗୁଡ଼ିକ ଅଧିକ ପରିଷ୍କାରପରିଚ୍ଛନ୍ନ ହେବ।  ନିର୍ମଳ ପ୍ଲସ ଯୋଜନାରେ ୪୫ଟି ବଡ଼ ନୂଆ ହସ୍‌ପିଟାଲ ଯୋଡ଼ି ହୋଇଛି। ନିର୍ମଳ ପ୍ଲସ ଯୋଜନାରେ ୭ଟି ହସ୍‌ପିଟାଲ ସାମିଲ୍ ହେବ।

କଳକାରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ୨୪୦ ଦିନ କାମ କଲା ପରେ ଛୁଟି ନେଇପାରୁଥିଲେ। ଏହା ୧୮୦ ଦିନକୁ ହ୍ରାସ କରାଯାଇଛି। ସେହିଭଳି ଜୁଡ଼ିସିଆଲ କୋର୍ଟରେ ଷ୍ଟାମ୍ପ ପାଇଁ ଯେଉଁ ଫି ଅଛି, ତାହା ଇ-ମାଧ୍ୟମରେ ମଂଜୁରି ମିଳିଛି।

୨୦୦୭ ଓ ୨୦୧୫ ଶିଳ୍ପନୀତିରେ ହେଲା ସଂଶୋଧନ ହୋଇଛି । ଏଥିଯୋଗୁଁ ଶିଳ୍ପ ସଂସ୍ଥାକୁ ଭାଟ ରିଅମ୍ବର୍ସମେଣ୍ଟ ମିଳିବ ।  ୩ ଶହ ଶିଳ୍ପ ଉପକୃତ ହେବେ । ଫ୍ୟାକ୍ଟ୍ରି ଆକ୍ଟ-୧୯୪୮ରେ ହୋଇଛି ସଂଶୋଧନ ହୋଇଛି । କାର୍ଯ୍ୟରତ ଶ୍ରମିକଙ୍କ ଶ୍ରମ ସମୟସୀମାରେ ପରିବର୍ତ୍ତନ କରାଯାଇଛି । କାରଖାନାର ଓଭର ଟାଇମ୍‌ ଡ୍ୟୁଟିରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ୩ ମାସ ପାଇଁ ୭୫ ଘଣ୍ଟାର ଓଭର ଟାଇମ ସୁବିଧା ଥିଲା । ଏବେ ୧୧୫ ଘଣ୍ଟା କରାଯାଇଛି । ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଥିଲେ ମହିଳା ମାନେ ସଂଧ୍ୟା ୭ରୁ ସକାଳ ୬ ପର୍ଯନ୍ତ କାମ କରିପାରିବେ । ପୂର୍ବରୁ ୨୪୦ ଦିନ କାମ କଲେ ଛୁଟି ମିଳୁଥିଲା । ଏବେ ୧୮୦ ଦିନ କାମ କଲେ ଛୁଟି ମିଳିବ ।

୧-ଫାକ୍ଟ୍ରି ଆଇନରେ ମଧ୍ୟ ସଂଶୋଧନ କରାଯାଇ ଥ୍ରେସ ହୋଲ୍ଡ ଲିମିଟକୁ ଦୁଇଗୁଣା କରାଯାଇଛି ।

୨-ଶିଳ୍ପାନୁଷ୍ଠାନରେ ଓଭର ଟାଇମ ସୀମା ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି ।

୩-ମହିଳା କର୍ମଚାରୀମାନେ ମଧ୍ୟ କରିପାରିବେ ନାଇଟ ସିଫ୍ଟ  । ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ ।

୪- ଶିଳ୍ପ ଆଇନରେ ନୂଆ ଧାରା ୫-କ ସଂଲଗ୍ନ କରାଯାଇଛି । ଏହାଦ୍ୱାରା ଆବଶ୍ୟକ ସ୍ଥଳେ ସରକାର କୌଣସି ଶିଳ୍ପାନୁଷ୍ଠାନକୁ ହଜାରେ ଦିନ ପାଇଁ ସବୁ ଆଇନରୁ ରିହାତି ଦେଇପାରିବେ । କିନ୍ତୁ ସେହି ହଜାରେ ଦିନ ମଧ୍ୟରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ଉତ୍ପାଦନକ୍ଷମ ହେବା ଆବଶ୍ୟକ

୫- ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି । ପୁରୀ ମଙ୍ଗଳା ଘାଟରେ ୬.୬୬୧ ଏକର ଜମି ମାଗଣାରେ ଦିଆଯିବ ।

୬-ଗ୍ରୁପ-ସି ପରୀକ୍ଷା ପାଇଁ କେବଳ ଲିଖିତ ପରୀକ୍ଷା କରାଯିବ।

୭-ଏପିଡେମିକ ନିୟମ ଉଲ୍ଲଂଘନ କଲେ ଏକ ଲକ୍ଷ ଟଙ୍କା ଯାଏଁ ଜରିମାନା ଲାଗୁ ହେବ।

Share This Article