ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଟୁଇନ ସିଟ ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବର କଟକରୁ ସିମବକ୍ସ ମିଳିବା ପରେ ରାଞ୍ଚିରୁ ମଧ୍ୟ ତାହା ମିଳିଛି। ଓଡିଶା ପୋଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରାଞ୍ଚି ନେବା ପରେ ଏହି ଘଟଣା ପଦାକୁ ଆସିଛି। ରାଞ୍ଚି ବିର୍ସା ମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ପାଞ୍ଚଟି ସିମ ବକ୍ସ ସହିତ ବହୁ ପରିମାଣର ସିମ କାର୍ଡ ମିଳିଛି। ଫଳରେ ଏହାର ଚେର ଢେର ଲମ୍ବା ବୋଲି ପୋଲିସ ଜାଣିବାକୁ ପାଇଛି।

ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୋଲିସ ଗିରଫ କରିବା ପରେ ତାକୁ ପାଞ୍ଚଦିନିଆ ରିମାଣ୍ଡରେ ନେଇଛି। ପ୍ରଥମେ ଭୁବନେଶ୍ବରରୁ ସିମବକ୍ସ ମିଳିବା ପରେ ପୁଣି କଟକରୁ ଏହି ସିମବକ୍ସ ଏବଂ ବିପୁଳ ପରିମାଣର ସିମକାର୍ଡ ମିଳିଛି। ଏହାପରେ ସେମାନଙ୍କର ଚେର ରାଞ୍ଚି ପର୍ଯ୍ୟନ୍ତ ଲମ୍ବିଥିବାର ଜଣାପଡିବା ପରେ ପୋଲିସ ତାକୁ ରାଞ୍ଚି ନେଇ ଏହି ବକ୍ସ ଜବତ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୧୭ଟି ସିମବକ୍ସ ମିଳିଛି।

ତେବେ ଏଗୁଡିକ କିଛି ଆତଙ୍କିବାଦ କାର୍ଯ୍ୟକଳାପରେ ବ୍ୟବହାର ହେଉଥିଲା ନା ଠକିବା ଉଦ୍ଦେଶ୍ୟରେ ସେ ନେଇ ପୋଲିସ ଖୋଳତାଡ କରୁଛି।

Share This Article