ଶ୍ରୀନଗର : ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଏବାର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି । ଶନିବାର ସକାଳୁ ଶ୍ରୀନଗରରୁ 23 ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ନିସାର ଅହମ୍ମଦ ଦରକୁ ଗିରଫ କରାଯାଇଛି । ଦର 2016ରେ 7ଟି ଏବଂ 2019ରେ ଗୋଟିଏ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି । ସୁରକ୍ଷା ବଳଙ୍କ ହିଟ୍ଲିଷ୍ଟରେ ରହିଥିବା ଦର୍ ଓ୍ବାହାବ ପରେ ମୋହଲ୍ଲାର ନିବାସୀ । ପୂର୍ବରୁ ଦର୍କୁ ଦୁଇଥର ଅଟକ ରଖାଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ମୁକ୍ତ କରି ଦିଆଯାଇଥିଲା । ଦର୍ କୁଖ୍ୟାତ ଆତଙ୍କବାଦୀ ସଲିମ୍ ପରେର ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲା । ଦର୍କୁ ଗିରଫ କରାଯାଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚୁରା କରାଯାଉଛି ।
ଜାମ୍ମୁରୁ ଲଶ୍କର ଆତଙ୍କବାଦୀ ଗିରଫ
You Might Also Like
Leave a Comment
Leave a Comment
- Advertisement -
