ଭୁବନେଶ୍ବର : ବାହାର ରାଜ୍ୟର ଗାଡ଼ି ଚାଳକଙ୍କୁ ଓଡ଼ିଶାରେ ଗାଡ଼ି ଚଳାଇବା ପାଇଁ ଆଉ ସମସ୍ୟା ହେବ ନାହିଁ। ଅଫ୍ଲାଇନ୍ରେ ଚାଲାଣ କାଟିବାକୁ ଆରଟିଓ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଓଡ଼ିଶା ସୀମା ଭିତରେ ଯେଉଁଠି ପ୍ରବେଶ କରିବେ ସେଠାରେ ହିଁ ପଇଠ କରିପାରିବେ ଦେୟ। ସଡ଼କ ସୁରକ୍ଷା ସପ୍ତାହର ଉଦ୍ଯାପନୀ ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଅନ୍ଲାଇନ୍ ବ୍ୟବସ୍ଥା ‘ଇ-ଚେକ୍ ଗେଟ୍’ର ଶୁଭାରମ୍ଭ କରାଯାଇଛି।
ଭୁବନେଶ୍ବରସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଲେ, ପୂର୍ବରୁ ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶାରେ ପ୍ରବେଶ କରିବା ସମୟରେ ଅଫ୍ଲାଇନରେ ଚାଲାଣ କାଟିବାକୁ ପଡ଼ୁଥିଲା। ଏଣିକି ଇ-ଚେକ୍ ଗେଟ୍ ବ୍ୟବସ୍ଥା ମାଧ୍ୟମରେ ଗାଡ଼ି ଚାଳକମାନେ ଅନ୍ଲାଇନରେ ଚାଲାଣ କାଟି ଗେଟ୍ରେ ପ୍ରବେଶ କରିପାରିବେ। ଏଥିସହ ବେପରୁଆ ଗାଡ଼ି ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ ମୋବାଇଲ୍ ଆପ୍ ‘ସିଟିଜେନ ରିପୋର୍ଟିଂ’ ବ୍ୟବସ୍ଥାର ବି ଶୁଭାରମ୍ଭ ହେବ। ଏହି ଆପ୍ ଜରିଆରେ ଟ୍ରାଫିକ୍ ଉଲ୍ଲଘଂନକାରୀଙ୍କୁ ଧରା ଯାଇପାରିବ। ସାଧାରଣ ଲୋକେ ନିଜ ନିଜ ଅଞ୍ଚଳରେ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କ ଫଟୋ ଉଠାଇ ଏହି ଆପ୍ରେ ଅପ୍ଲୋଡ୍ କରିପାରିବେ। ଅପ୍ଲୋଡକାରୀର ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ। ଯେଉଁ ସ୍ଥାନରେ ଉଲ୍ଲଂଘନକାରୀଙ୍କୁ ଜଗିବା ବ୍ୟବସ୍ଥା ନାହିଁ, ସେଠାରେ ଏହି ଆପ୍ ବେଶ୍ ସହାୟକ ହେବ। ସେହିପରି ରାସ୍ତାକୁ କ୍ୟାମେରା ଜରିଆରେ ନଜର ରଖିବା ପାଇଁ ରାମେଶ୍ବରଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ‘ଇଣ୍ଟେଲିଜେଣ୍ଟସ୍ ଟ୍ରାଫିକ୍ ସିଷ୍ଟମ୍’ ବ୍ୟବସ୍ଥା ଲାଗୁ କରାଯିବ। ଏନେଇ ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ପରିବହନ କମିସନର ସଂଜୀବ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗତ ତିନି ମାସରେ ୯ ହଜାର ମଦୁଆ ଗାଡ଼ି ଚାଳକଙ୍କୁ ଧରାଯିବା ସହ ନୂଆ ଆଇନ ଆସିବା ପରେ ଦୁର୍ଘଟଣା କମିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, କ୍ରାଇମ୍ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ନୂଆ ଆଇନକୁ ମାନି ମୋଟା ଅଙ୍କର ଜରିମାନାରୁ ରକ୍ଷା ପାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଦୁର୍ଘଟଣାଗସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା। ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକ ଦୀପକ ସାହୁ, ପ୍ରତାପ ଖିଲାରଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିଲା।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.