ଦିଲ୍ଲୀ : ସାରା ଦେଶ ମହାମାରୀ କରୋନା ଭାଇରସ୍ ବିରୋଧରେ ଲଢ଼େଇ ଜାରି ରଖିଛି। କରୋନା ଭାଇରସ୍କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଶୁକ୍ରବାର ଲକ୍ଡାଉନ୍ର ନବମ ଦିନ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ସେ ଜନତାଙ୍କୁ ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍ ପର୍ଯ୍ୟନ୍ତ ଘରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ ବା ମୋବାଇଲର ଫ୍ଲାସ୍ ଲାଇଟ ଜଳାଇବାକୁ ଅପିଲ୍ କରିଛନ୍ତି। ଏହି ଦୀପ ପ୍ରଜ୍ୱଳନ ଦ୍ୱାରା ସାରା ଦେଶ ଉଜ୍ଜ୍ୱଳମୟ ହେବା ସହ ସାମୂହିକ ଶକ୍ତିର ଏକ ବାର୍ତ୍ତା ଦେବ। ଏହାଦ୍ୱାରା ୧୩୦କୋଟି ଦେଶବାସୀଙ୍କର ସୁପର ପାଓ୍ବାର ବା ମହାଶକ୍ତି ଜାଗ୍ରତ ହେବ ବୋଲି ମୋଦି କହିଛନ୍ତି। ତେବେ ଦୀପ ଜଳାଇବା ସମୟରେ ଥାଳି ପରି ଭୁଲକୁ ନ ଦୋହରାଇବା ପାଇଁ ମୋଦି ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଘରେ ରହି ସମସ୍ତେ ଏହି ଆୟୋଜନ କରନ୍ତୁ। ବାହାର ନ ବାହାରିବା ସହ କୌଣସି ଏକ ସ୍ଥାନରେ ଭିଡ଼ ଏକତ୍ରିତ ନ କରି ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ଦୀପ ପ୍ରଜ୍ୱଳନକୁ ସଫଳ କରିବାକୁ ମୋଦି ଦେଶବାସୀଙ୍କୁ ଅପିଲ୍ କରିଛନ୍ତି।
୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ, ମହମବତି, ଟର୍ଚ, ମୋବାଇଲ୍ ଲାଇଟ୍ ଜଳାନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ
You Might Also Like
Leave a Comment
Leave a Comment
- Advertisement -
