ଭୁବନେଶ୍ବର: ଓଡ଼ିଶା ବିଧାନସଭାର ପରିବେଶ ସଂକ୍ରାନ୍ତ ଗୃହ କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମନୋନୀତ କରିଛନ୍ତି। ଏ ନେଇ ଆଜି ବିଧାନ ସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବଶ୍ୟକତା ଅନୁଯାୟୀ ଗୃହର ସଦସ୍ୟ ନଥିବା ବ୍ୟକ୍ତିଙ୍କୁ ବିଶେଷ ଅନୁଭୂତି ଓ ଜ୍ଞାନ ଥିବା ଆଧାରରେ ବିଶେଷଜ୍ଞ ସଦସ୍ୟ ଭାବେ ସାମିଲ କରିବା ନେଇ ବାଚସ୍ପତିଙ୍କ କ୍ଷମତା ରହିଛି। ଏହି ଦୃଷ୍ଟିରୁ ପରିବେଶ ସଂକ୍ରାନ୍ତରେ ବିଜେଡି ନେତା ଶ୍ରୀ ପଟ୍ଟନାୟକଙ୍କ ବିଶେଷ ଦଖଲ ଥିବାରୁ ବାଚସ୍ପତି ତାଙ୍କୁ ଗୃହ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି। ପରିବେଶ ସଂକ୍ରାନ୍ତ ଗୃହ କମିଟି ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ସରକାରଙ୍କୁ ସୁପାରିସ କରିବ। ଆସନ୍ତାମାସ ୫ ତାରିଖରେ ଏହି କମିଟିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ଅରୂପ ପଟ୍ଟନାୟକଙ୍କୁ ଆଉ ଏକ ନୂଆ ଦାୟିତ୍ୱ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ahmedexcum on ‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
- Skam-pyblikaciya_zvSn on ଆଜିର ରାଶିଫଳ
- RandallLam on ଆଜିର ରାଶିଫଳ
- Ahmedexcum on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- Angelothini on ପୁଣି ୬ କୋଲକାତା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ
