ଭୁବନେଶ୍ୱର : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘୋଷଣା । ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ରୂପେ ତାଲାବନ୍ଦ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ଆସନ୍ତା ୪୮ ଘଂଟା ପାଇଁ ରାଜ୍ୟର ଭୁବନେଶ୍ୱର ଏବଂ କେବଳ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ରୂପେ ସଟଡାଉନ କରାଯିବ । ଆଜି ସଂଧ୍ୟା ୮ଟାରୁ ରହିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରଦ ଟାଉନକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ । ଆଉ ପୂର୍ବରୁ ଯେଉଁ ସବୁ ପାସ୍ ଜାରି କରାଯାଇଥିଲା ସେସବୁକୁ ରଦ୍ଦ କରିଦିଆଯିବ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ପଂଚମ କରୋନା ଆକ୍ରାନ୍ତଙ୍କ ଲକ୍ଷଣକୁ ନେଇ ସରକାରଙ୍କ ତରପରୁ ଏହି କଟକଣା ଜାରି କରାଯାଇଛି । ସେହିପରି ଏହି ସମୟରେ ଯଦି କୌଣସି ବ୍ୟକ୍ତି ଏହି କଟକଣାକୁ ଉଲ୍ଲଘଂନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ୱାରେଂଟାଇନରେ ରଖାଯିବ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ।
